ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ରାଜନୈତିକ ଦଳର ସହ ପ୍ରଶାସନିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ନିର୍ବାଚନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲାରେ ଚାଲିଥିବା ସଂକ୍ଷିପ୍ତ ଭାଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହ।।ତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଡେପୁଟି କଲେକ୍ଟର (ନିର୍ବାଚନ) ଗାୟତ୍ରୀ ସୋରେନ୍ ଏହାକୁ ପରିଚାଳନା କରିଥିଲେ । ବିଜେଡିରୁ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ବିଜେପିରୁ କେଶବ କୁମାର ଆର୍ଚାଯ୍ୟ, କଂଗ୍ରେସରୁ ଗୋପୀନାଥ ପାଢ଼ୀ, ସିପିଆଇରୁ ନିରଞ୍ଜନ ପରିଡ଼ା, ସିପିଏମରୁ ପ୍ରେମ ରଞ୍ଜନ ପାତ୍ର ପ୍ରମୁଖ ବିଭିନ୍ନ ଦଳର ରାଜନେତା ଏହି ବୈଠକରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ । ଭୋଟର ତାଲିକା ସଂଶୋଧନରେ ଆହୁତ ଦାବି/ଅଭିଯୋଗ ଗୁଡ଼ିକୁ ଯାଞ୍ଚ କରି ଆଲୋଚନା ପୂର୍ବକ ଏକ ସୁସ୍ଥ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସାହାଯ୍ୟ କରିବା ନେଇ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସେ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ଦିବ୍ୟାଙ୍ଗ, ଯୌନକର୍ମୀ, ତୃତୀୟ ଲିଙ୍ଗୀ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଦିଗରେ ସହଯୋଗ ପାଇଁ ଶ୍ରୀ ମହାପାତ୍ର ରାଜନୈତିକ ଦଳ ପ୍ରତିନିଧିଙ୍କୁ କହିଥିଲେ । କୌଣସି ଯୋଗ୍ୟ ଭୋଟର ଯେରି ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏକ ସୁସ୍ଥ ଓ ନିର୍ଭୁଲ ଫଟୋ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ତାଲିକା ସହ ଆଧାର ସଂଯୋଗ କାର୍ଯ୍ୟକ୍ରମ ଶତ ପ୍ରତିଶତ କରିବା, ମିଥ୍ୟା ଭୋଟର, ଛାୟା ଭୋଟର, ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ଉପରେ ଉଚିତ ପଦକ୍ଷେପ ନେବାକୁ ରାଜନୈତିକ ଦଳର ପ୍ରତିନିଧିମାନେ କହିଥିଲେ ।ଏନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଏଲଓଙ୍କ ନିକଟରେ ୱେବସାଇଟରେ ଉପଲବ୍ଧ ଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ସଠିକ୍ ତଥ୍ୟ ପ୍ରଶାସନ ଦୃଷ୍ଟିକୁ ଆଣିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ