ମତାବାଜ ଓ ଜଳସରପୁରରେ ବିଜେପିର ସାଂଗଠନିକ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ମତାବାଜ ଓ ଗେଡମା ପଞ୍ଚାୟତର ଜଳସରପୁର ଠାରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ବଳଭଦ୍ର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଆଲୋକ ସେଠୀ ଅତିଥି ଭାବେ ଯୋଗଦେଇ ଅନେକ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହିତ ଆଗାମି ଦିନରେ ବିଜେପି କିପରି ତୃଣମୁଳ ସ୍ତରରୁ ସୁଦୃଢ଼ ହେବ ସେନେଇ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅଧର ବେହେରା, ମଣିନାଥ ଜେନା, ଅନନ୍ତ ବେହେରା, ବିଚିତ୍ର ନାୟକ, ରମାକାନ୍ତ ମଲ୍ଲିକ , ରାଜେଶ ସେଠୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ଉପସ୍ଥାପିତ କରିଥିଲେ । ଏହି ଅବସରରେ ଷଡଙ୍ଗ ପଞ୍ଚାୟତର ପୁର୍ବତନ ଶିକ୍ଷକ ତଥା କଂଗ୍ରେସ ନେତା ଦଶରଥ ବେହେରା, ଶାନ୍ତନୁ ସ୍ୱାଇଁ, ଗେଡମା ପଞ୍ଚାୟତର ଭ୍ରମରବର ଜେନା, ଭଜମନ ସ୍ୱାଇଁ, ଅଲେଖ ଜେନା, ସଂଯୁକ୍ତା ଜେନା, କିରଣ ସାହୁଙ୍କ ସମେତ ତାଙ୍କର ଅନେକ ସମର୍ଥକ ବିଜେପିରେ ସାମିଲ ହୋଇଥିଲେ । ବିଜେପି ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ