ସରକାରୀ ସହାୟତା ଯୋଗାଇଦେବା ଲାଗି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଛତ୍ରପୁର, (ଦେବଦତ୍ତ ମହାରଣା):ପୋଲିଓ ରୋଗର ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କତୁରୁ ଗ୍ରାମର ଇ. ବୁଲିଆମ୍ମା (୨୧) l ଇ. ବୁଲିଆମ୍ମାଙ୍କ ବାପା ମା ଆରପାରିକୁ ଚାଲିଯାଇଥିବା ବେଳେ ସେ ତାଙ୍କ ମାଉସୀ ଘରେ ରହୁଛନ୍ତି l ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଇ. ବୁଲିଆମ୍ମା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କୁ ଭେଟି ଗୁହାରି କରିଥିଲେ l ଇ. ବୁଲିଆମ୍ମା ପିଲାବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବହୁ ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି l ମାସିକ ଭିନ୍ନକ୍ଷମ ଭତ୍ତା ବାବଦରେ ୭୦୦ଟଙ୍କା ବ୍ୟତୀତ ତାଙ୍କୁ ଅନ୍ୟ କୌଣସି ସରକାରୀ ସହାୟତା ଯୋଗାଇ ଦିଆଯାଇ ପାରୁନ ଥିବାରୁ ସେ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ l ଜିଲ୍ଲାପାଳ ଶ୍ରୀ ପରିଡା ଇ. ବୁଲିଆମ୍ମା ଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି l