ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମାମାଡ ଘଟଣା ଗାଡି ସହ ଦୁଇ ଗିରଫ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅଧିନ ଗୋଲାପଲ୍ଲୀ ଗ୍ରାମରେ ବି.ଉଦୟନାଥ ପାତ୍ରଙ୍କ ଘର ଉପରକୁ ବୋମା ମାଡ ଘଟଣାରେ ଛତ୍ରପୁର ପୁଲିସକୁ ମିଳିଛି ସଫଳତା । ଉକ୍ତ ଘଟଣା ରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି ପୁଲିସ । ଗିରଫ ମାନେ ହେଲେ ଭିକାରିପଲ୍ଲୀ ଗ୍ରାମର କେ. ପ୍ରତାପ ପାତ୍ର ଓ ଗୋଲାପଲ୍ଲୀ ଗ୍ରାମର ବି. କୈଳାଶ ପାତ୍ର । ଦୁଇ ଗିରଫ ସଂର୍ପକରେ ଜ୍ୱାଇଁ ଓ ଶଳା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ସୂଚନା ଥାଉକି ଶନିବାର ବିଳମ୍ବିତ ରାତ୍ରରେ ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘରକୁ ଲକ୍ଷ୍ୟକରି ବାଇକ ଆସି ବୋମା ଫିଙ୍ଗି ଚାଲିଯାଇଥିଲେ । ପରେ ଘଟଣାର ୭୬୬/୨୨ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ କରିଥିଲା । ଘଟଣା ସ୍ଥଳରେ ବମ ସ୍କୱାର୍ଡ , ସନ୍ଧାନୀ କୁକୁର,ସାଇଣ୍ଟି ଫେଟିକ ଟିମ ତଦନ୍ତ କରିବା ସହ ଏତଲାକୁ ଭିତି କରି ପୁଲିସ କିଛି ଜଣକୁ ଅଟକ ରଖିବା ସହ ଏକ ବାଇକକୁ ଜବତ କରି ତଦନ୍ତ କରିଥିଲା । ପୂର୍ବ ଶତୃତା କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି |