ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟା ଦୂର ନହେଲେ ଶ୍ରମ ଅଫିସ ତାଲା ପଡ଼ିବ
ଛତ୍ରପୁର, (ଦେବଦତ୍ତ ମହାରଣା):ନିର୍ମାଣ ଶ୍ରମିକଙ୍କୁ ଅଫଲାଇନ ଓ ଅନଲାଇନ ରେ ପଞ୍ଜିକରଣ କରିବା, ଗଦା ଗଦା ଦରଖାସ୍ତ କୁ ରିନ୍ୟୁଆଲ ତୁରନ୍ତ କରିବା, ମୃତ୍ୟୁ, ଶିକ୍ଷା, ବିବାହ ସହିତ ସହାୟତା ତୁରନ୍ତ ପ୍ରଦାନ କରିବା, ରିନ୍ୟୁଆଲ ଲାଗି ଓଟିପି ବ୍ୟବସ୍ଥା ବାତିଲ କରିବା, ନିର୍ମାଣ ଶ୍ରମିକଙ୍କୁ କାର୍ଯ୍ୟାଳୟ ଡାକିବା ବନ୍ଦ କରିବା ସମେତ ୧୧ ଦଫା ଦାବୀ ନେଇ କେନ୍ଦୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ବୁଧବାର ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ମୁଖ୍ୟସାଶନ ସଚିବ, ଶ୍ରମ ସଚିବ, ଓ ଶ୍ରମ କମିଶନରଙ୍କ ଉଦ୍ୟେଶରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଥିଲେ l ଏହା ସହିତ ଏ ସମ୍ପର୍କ ମଧ୍ୟ ଆଲୋଚନା କରିଥିଲେ। ସିଟୁ ଏଆଇଟିୟୁସି, ଆଇ ଏନ ଟି ୟୁ ସି ଓ ଏଚ ଏମ ଏସ ନେତା ମାନେ ରାଜ୍ୟ ସରକାରଙ୍କର କଲ୍ୟାଣ ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ଓ ଅଫିସର ମାନଙ୍କର ମନମୁଖୀ ନୀତିର ସମାଲୋଚନା କରିଥିଲେ।ଏହି ଗଣଧାରଣା ବେଳେ ଆଇଏନଟୁୟୁସି ନେତା ଭୋକାଲି ସେଠି, ଭାଗିରଥି ବେହେରା, ଇଜୁ ଆମିନ ଖାନ,ଏ ଆଇ ଟିୟୁସି ନେତା ନେତା ଦଣ୍ଡପାଣି ସାମଲ ,ଏଚ ଏମ ଏସ ନେତା ରାଜେନ୍ଦ୍ର ଦାଶ,ମମତା ନାୟକ, ସିମାଞ୍ଚଳ ନାହାକ, କେଶବ ନାହାକ,ବିଜୟ ମୁଦୁଲି,ନିରଞ୍ଜନ ରାଉଳ ଙ୍କ ସମେତ ବହୁ ନିର୍ମାଣ ଶ୍ରମିକ ମାନେ ଉପସ୍ଥିତ ଥିଲେ ।


