ପିତୃ ମାତୃ ହୀନ ଅବହେଳିତ ଶିଶୁ କୁ ଉଧାର କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନସ୍ଥ ଏକ ଗ୍ରାମ ରେ ଏକ ୧୨ ବର୍ଷର ଶିଶୁ ଅବହେଳିତ ହୋଇ ଜିବନ ବିତାଉ ଥିବାର ଖବର ଏକ ଗଣମାଧ୍ୟମ ପ୍ରତିନିଧି ପାଇବା ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇଥିଲେ ।ଶିଶୁ ସୁରକ୍ଷା ଅଧିକାରି ସଙ୍ଗେ ସଙ୍ଗେ ମୋହନ।ର ଏକ ଶିଶୁ ଯତ୍ନ ଅନୁଷ୍ଠାନ ଡେ ସ୍ଟାର ହୋମ ର କର୍ମ ଚାରୀଙ୍କୁ ନିର୍ଦେଶ ଦେଇଥିଲେ ଯଥାଶିଘ୍ର ଶିଶୁ ଙ୍କୁ ଉଧାର କରିବାକୁ ।ଡେ ସ୍ଟାର ହୋମ ର ୩ ଜଣ କର୍ମ ଚାରୀ ଇସମାଇଲ ମାଝୀ,ନିହିମିୟା ମଂଡଳ ଓ ସୂରିୟ ନାରାୟଣ ଚୌଧୁରୀ ଶିଶୁଙ୍କ ଗାଁରେ ପହଞ୍ଚି ଉକ୍ତ ଶିଶୁ ପୁତ୍ରକୁ ଉଧାର କରି ଆଜି ଶିଶୁ କଲ୍ୟାଣ ସମିତି ଗଜପତି ଙ୍କ ନିକଟରେ ଥଇଥାନ ପାଇଁ ଉପସ୍ଥାପନ କରିଛନ୍ତି ।ପ୍ରକାଶ ଥାଉକି ଶିଶୁ ଙ୍କ ପିତା କଂ ମୃତ୍ୟୁ ହୋଇଯାଇଛି ଓ ମାତା ଶିଶୁକୁଂ ଛୁଆବେଳୁ ଛାଡି ଦୀତିୟ ବିବାହ କରି ଚାଲିଯାଇଥିଲେ ।ଫଳ ସ୍ଵରୁପ ଶିଶୁ ଜଣକ ନିଜ ବୃଦ୍ଧ ଓ ବୃଧା ଅଜା ଆଇ ଙ୍କ ପାଖରେ ଅତି ଦୟନୀୟ ଅବସ୍ଥା ରେ ରହି ଆସୁଥିଲେ ।ଶିଶୁ କଲ୍ୟାଣ ସମିତି ସୁପାରିସ କ୍ରମେ ଶିଶୁ କୁ ଏକ ଶିଶୁ ଯତ୍ନ ଅନୁଷ୍ଠାନ ରେ ଥଇଥାନ କରି ଶିଶୁ ଙ୍କୁ ମାଗଣାରେ ରହିବା ଖାଇବା ପଢିବା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ