ମା ମଙ୍ଗଳା ମନ୍ଦିରର ବିଶ୍ରାମଶିଳା ସ୍ପର୍ଶକଲେ ମିଳେ ମାଙ୍କ ଦିବ୍ୟ ଅନୁଭବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ମା ମଙ୍ଗଳା ରାଜ୍ଯ ର ପ୍ରସିଦ୍ଧ ଅଷ୍ଟ ଚଣ୍ଡୀ ଙ୍କ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ସଂସ୍କୃତି ସହିତ ମଙ୍ଗଳା ମନ୍ଦିର ଓତଃପ୍ରତଃ ଭାବେ ଜଡିତ ଥିବାବେଳେ ମଙ୍ଗଳା ଙ୍କ ମନ୍ଦିରରେ ରହିଛି ବିଶ୍ରାମ ଶାଳା। ଯାହା ବିଷୟରେ ସବୁ ମାତୃ ଭକ୍ତ ଜାଣି ନ ଥାନ୍ତି। କୁହାଯାଏ ମା ମଙ୍ଗଳା ଙ୍କୁ ପ୍ରାଚୀ ନଦୀରୁ ଉଦ୍ଧାର କରିବା ବେଳେ ଏହି ବିଶ୍ରାମ ଶାଳା ମଧ୍ୟ ଉଦ୍ଧାର ହୋଇଥିଲା। ପ୍ରତ୍ୟେକ ଦିନ ମା ଙ୍କ ନୀତି କାନ୍ତି ସରିବା ପରେ ମନ୍ଦିର ର ପହୁଡ଼ ପଡିଥାଏ । ଜନ ଶ୍ରୁତି ରହିଛି ଯେ,ବାହାନ ସିଂହ ଉପରେ ମା ବସି ସବୁଦିନ ନିଶାର୍ଦ୍ଧ ରାତିରେ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ପୁରୀ ଶ୍ରୀକ୍ଷେତ୍ର ଯାଇଥାନ୍ତି। ସେଠାରୁ ଦର୍ଶନ ସାରି ଆସିବା ପରେ ମା ମନ୍ଦିର ର ଜଗମୋହନ ଠାରେ ଥିବା ଏକ କଳା ମୁଗୁନି ପଥର ଉପରେ ବସି ନିଜର ଥକ୍କା ମେଣ୍ଟାଇଥାନ୍ତି। ଏହି ପଥର କୁ ତେଣୁ ବିଶ୍ରାମଶିଳା କୁହାଯାଇଥାଏ। ଏହି ଶିଳା ଆସ୍ତେ ଆସ୍ତେ ଅବକ୍ଷେୟ ହେଉଥିବା ଦେଖିବାକୁ ମିଳିଥାଏ। ଯେପରି ଗୋଟିଏ ପଥର କୁ ନିୟମିତ ବ୍ୟବହାର କଲେ ତାହା ଆସ୍ତେଆସ୍ତେ କ୍ଷୟ ହୋଇଥାଏ। ଏହା ହିଁ ଭକ୍ତ, ସେବକ ଓ ଗବେଷକ ମାନଙ୍କୁ ଆଶ୍ଚଯ୍ୟ କରିଥାଏ।ମା ଙ୍କ ଲୁଗାର ଛାପ ଏବଂ ପାଦ ର ଆଙ୍ଗୁଳି ଚିହ୍ନ ଏହି ଶିଳା ଉପରେ ଦୃଶ୍ୟମାନ ହୋଇଥାଏ।ଭକ୍ତ ମାନେ ଏହି ଶିଳା କୁ ମୁଣ୍ଡିଆ ମାରିବା ସହିତ ଶିଳା କୁ ସ୍ପର୍ଶ କରି ଦେହରେ ବୋଳିଲେ ମା ମଙ୍ଗଳା ଙ୍କ ପ୍ରତ୍ୟକ୍ଷ ସ୍ପର୍ଶ ମିଳି ଆତ୍ମ ସନ୍ତୋଷ ମିଳିଥାଏ। ବିଶ୍ରାମ ଶିଳା କୁ ସ୍ପର୍ଶ କରି ଆଣି ହାତ କୁ ନିଜ ଶରୀର ରେ ବୋଳିଲେ ବହୁ ବଡ଼ ବଡ଼ ରୋଗ ଦୂର ହେଉଥିବା କଥା ବିଶ୍ୱାସ ରହିଛି। ବିଶ୍ରାମ ଶିଳା ର ତଳେ ଥିବା ପଦ୍ମ କଢି ରେ ମା ଙ୍କ ପାଦ ର ଚି଼ହ୍ନ ମଧ୍ୟ ଦେଖାଯାଏ।ଏହାକୁ ଦେଖିବାକୁ ଓ ଏହି ଶିଳା ରେ ମୁଣ୍ଡ ଲଗାଇ ଆଶ୍ରିବାଦ ନେବାକୁ ବହୁ ଦୂର ଦୁରାନ୍ତର ଆସୁଥିବା ମାତୃ ଭକ୍ତ ମାନଙ୍କୁ ମା ଙ୍କ ସେବକ ମାନେ ପରାମର୍ଶ ଦେଇଥାନ୍ତି।


