କନ୍ଧମାଳ ରେ ଆର୍ଥିକ ପରିଚାଳନା ଉପରେ କର୍ମଶାଳା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ଆବାହକ ହରିଶଙ୍କର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧକ୍ଷ ଚନ୍ଦ୍ରକାନ୍ତ ନାୟକ ଅନୁଷ୍ଟାନର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଅଧକ୍ଷ ରାମ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ପ୍ରଶାନ୍ତ ଶତପଥୀ ଓ ସାନ୍ତନୁ ମିଶ୍ର କର୍ମଶାଳାର ପାଠ୍ୟ ବିଷୟ ବସ୍ତୁ ସାମାଜିକ ଅନୁଷ୍ଠାନରେ ଆବଶ୍ୟକ ବୈଧାନିକ ନିତୀ ନିୟମ, ଆର୍ଥୀକ ପରିଚାଳନା ଉପରେ ମତ ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ମହାସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ। ଆଗାମି ଦିନରେ ମଧ୍ୟ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ଓ ସଦଶ୍ୟ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ରଖିବା ଉପରେ ନିଷ୍ପତି ନିଆଯାଇଛି। ସଂପାଦକ ସୁକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ