ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ ଏମ୍ପେ୍ଲାଇଜ ୟୁନିୟନ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ ଏମ୍ପେ୍ଲାଇଜ ୟୁନିୟନର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନ କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ପ୍ରତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ଭାବେ ବଢ଼ି ଚାଲିଥିବା ବେଳେ ବୈଷୟିକ କର୍ମଚାରୀଙ୍କୁ ଉଚିତ ଦରମା ସାଙ୍ଗକୁ ଉପଯୁକ୍ତ ସମ୍ମାନ ପ୍ରଦାନର ଆବଶ୍ୟକତା ରହିଛି ବୋଲି ପ୍ରଫେସର ତ୍ରିପାଠୀ କହିଥିଲେ । ଆଇଏନଟିୟୁସି ସଂଗଠନର ଜିଲା ମହିଳା ସଭାପତି, ଯୁବ ସଭାପତି ବିକାଶ ଦାସ, ସାଧାରଣ ସମ୍ପାଦକ ଦୀପକ କୁମାର ବାରିକ, ଭଦ୍ରକ କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ କମଲେଶ ସାମଲ, ପ୍ରଭାତ କୁମାର ଦାସ,ସୁବାସ ଚନ୍ଦ୍ର ପୁଷ୍ପାଳକ, ଦେବରାଜ ବେହେରା, ଦେବାନନ୍ଦ ଧଳ, ମଦନ ସ୍ୱାଇଁ, ସନ୍ତୋଷ କୁମାର ପୁହାଣ, ରମେଶ ଚନ୍ଦ୍ର ପ୍ରଧାନ, ଦିଲୀପ ମହାନ୍ତି, ସୁଶାନ୍ତ ସାହୁ, ସୁଶାନ୍ତ କୁମାର ଜେନା, ସୌଭାଗ୍ୟ ରାଉତ, ଦୀପ୍ତିରଂଜନ ସାମଲ, କମଳଲୋଚନ ସେନାପତି ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବୈଷୟିକ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକଣ ଏବଂ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆସନ୍ତାବର୍ଷ ପାଇଁ ସଂଗଠନର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଚିତ୍ତରଂଜନ ଷଡ଼ଙ୍ଗୀ ଓ ନିତ୍ୟାନନ୍ଦ ରାଉତ ଉପଦେଷ୍ଟା, ସୁରେଶ ଚନ୍ଦ୍ର ବେହେରା ସଭାପତି, ଗୁରୁ ବେହେରା କାର୍ଯ୍ୟକାରୀ ସଭାପତି, ସୁବାସ ଚନ୍ଦ୍ର ପୁଷ୍ପାଳକ ଓ ଦେବରାଜ ବେହେରା ଉପ-ସଭାପତି, ପ୍ରଭାତ କୁମାର ଦାସ ସାଧାରଣ ସମ୍ପାଦକ, ସନ୍ତୋଷ କୁମାର ପୁହାଣ କର୍ପୋରେଟ ସେକ୍ରେଟାରୀ, ମଦନ ମୋହନ ସ୍ୱାଇଁ ଓ ଦେବାନନ୍ଦ ଧଳ ସାଂଗଠନିକ ସମ୍ପାଦକ, ରମେଶ ଚନ୍ଦ୍ର ପ୍ରଧାନ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତ୍ତି କ୍ରମେ ଚୟନ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ