କୁକୁଡ଼ାଖଣ୍ଡିରେ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ମାନବ ଅଧିକାର ଦିବସ ପାଳିତ

କୁକୁଡ଼ାଖଣ୍ଡି, (ଯୁଗାବ୍ଦ ନ୍ୟୁଜ):ମାନବ ଅଧିକାର ଦିବସ ଅବସରରେ ମହିଳା ମାନଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ୱାନ୍ ଷ୍ଟପ୍ ସେଣ୍ଟର(ସଖୀ) ଓ ଜିଲ୍ଲା ପ୍ରଶାସକଙ୍କ ମିଳିତ ଆନୁକୂଲ୍ୟରେ କୁକୁଡ଼ାଖଣ୍ଡି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହିଳା ମାନଙ୍କ ମୌଳିକ ଅଧିକାର ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଶୁଭଶ୍ରୀ ପାତ୍ର,ଜିଲ୍ଲା ସୁରକ୍ଷା ଅଧିକାରୀ ସଂଗୀତା ପାତ୍ର,କୁକୁଡ଼ାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ସୁଭାସ୍ମିତା ଦାସ,ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ,ସିଡିପିଓ କୁସୁମ୍ କୁମାରୀ ସାହୁ,ସିଆରସିସି ହରେ କୃଷ୍ଣ ଗୌଡ଼ ଯୋଗ ଦେଇଥିଲେ ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି ସ୍ୱାଗତ କରିଥିଲେ ।ଡିସେମ୍ବର ୧୦ ମାନବ ଅଧିକାର ଦିବସ ଅବସରରେ ଛାତ୍ରୀ ମାନଙ୍କୁ ନିଜକୁ ହିଂସା ମୁକ୍ତି କରିପାରିବେ ।ବାଲ୍ୟ ବିବାହକୁ ନ କହି ପିତା ମାତାଙ୍କ ଆତ୍ମବିଶ୍ବାସ ଦୃଢ଼ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।କୁକୁଡ଼ାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି କୁସୁମ କୁମାରୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇ ସାରା ରାଜ୍ୟରେ ସମ୍ପ୍ରସାରଣ ହୋଇଥାଏ ।ଗଞ୍ଜାମ ହେଉଛି “ମଦେର୍ ଅଫ୍ ଗମେଣ୍ଟ ସ୍କିମ୍” ତେଣୁ ଆମେ ଗଞ୍ଜାମ ଜିଲ୍ଲାରେ ରହିଥିବାରୁ ନିଜକୁ ଗର୍ବିତ କରିବା ଉଚିତ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଶୁଭଶ୍ରୀ ପାତ୍ର ମତ ପ୍ରକାଶ କରିଥିଲେ ।ପାଶ୍ଚାତ୍ୟ ଦେଶରେ ନାଗରିକ ମାନେ ଭାରତକୁ ଜ୍ଞାନ ଓ ସଂସ୍କୃତି,ବେଦ ପାଠକୁ ଶିକ୍ଷା ଲାଭ କରିବା ପାଇଁ ଆସିଥାନ୍ତି ।ଅନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯ୍ୟାତନାର ଶେଷ କରିବା ପାଇଁ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ମତବ୍ୟକ୍ତ କରିଥିଲେ ।ଜିଲ୍ଲା ସୁରକ୍ଷା ଅଧିକାରୀଣି ସଂଗିତା ପାତ୍ର,ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ ଓ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ସୁଶ୍ରୀ ସୁଭାସ୍ମିତା ଦାସ ମହିଳା ମାନଙ୍କ ମୌଳିକ ଅଧିକାରର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।ୱାନ୍ ଷ୍ଟପ୍ ସେଣ୍ଟର(ସଖୀ) ପରିଚାଳିକା ମହେଶ୍ୱତା ପାଢ଼ୀ ଛାତ୍ରୀ ମାନଙ୍କୁ ନିଜର ମୌଳିକ ଅଧିକାରର ସ୍ୱର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଭାରତର ସଂସ୍କୃତି ବହୁତ ଉଚ୍ଚକୋଟିର ତେଣୁ ଭାରତ ସଂସ୍କୃତିକୁ ଅନୁସରଣ କରିବା ପାଇଁ ସିଆରସିସି ହରେ କୃଷ୍ଣ ଗୌଡ଼ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ ।ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ତଥା ନାଚ ଗୀତର ଆସର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ କୁକୁଡ଼ାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଜଣେ କୁନି ଝିଅକୁ “ମୋ ଗେଲ୍ହା ଝିଅ” ମାଧ୍ୟମରେ ନୂତନ ପୋଷାକ ପିନ୍ଧାଇ ଧୋଳିରେ ପକାଇ ଝୁଲାଇଥିଲେ ସମସ୍ତ ଅତିଥି ବୃନ୍ଦ ଏବଂ ଉକ୍ତ ଶିଶୁ କନ୍ୟା ହାତରେ କେକ୍ ମଧ୍ୟ କଟାଇଥିଲେ ।ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦ ଓ ଛାତ୍ରୀମାନେ ପରିଶେଷରେ ନାରୀଙ୍କ ହିଂସା ମୁକ୍ତ ପାଇଁ ଶପଥ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ସୁପ୍ରଭାଇଜର,ବ୍ଲକ ଅଙ୍ଗନବାଡି ସଭାପତି ମାଣିକେଶ୍ୱରୀ ପଟ୍ଟନାୟକ, ସମ୍ପାଦିକା ସୁଦେଷ୍ଟା ପଟ୍ଟନାୟକ,କୋଷାଧ୍ୟକ୍ଷା ପ୍ରମିଳା ଜେନାଙ୍କ ସମେତ ସଖୀ କର୍ମକର୍ତ୍ତା ଓ କୁକୁଡ଼ାଖଣ୍ଡି ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ