ହାବଳେଶ୍ୱରରେ ବିଜେଡିର ମିଶ୍ରଣପର୍ବ, ୨୦ରୁ ଉର୍ଦ୍ଧ କର୍ମୀ ବିଜେଡିରେ ମିଶିଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାବଳେଶ୍ୱର ଠାରେ ବିଜେଡିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ହନୁମାନ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି, ଷଡଙ୍ଗ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ମହିଳାନେତ୍ରୀ ଦେବକୀ ନାୟକ, ଯୁବନେତା ଅଭିଜିତ ସେନାପତି, ପୁର୍ବତନ ସମିତିସଭ୍ୟ ପଦ୍ମନାଭ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ନିକୁଞ୍ଜ ବିହାରୀ ଦାସ, ବିନୋଦ ବିହାରୀ ନାୟକ, ଅରୁଣ କୁମାର ସାହୁ, ଶରତ ଚନ୍ଦ୍ର ମାଝୀ, ପ୍ରଭାତ କୁମାର ସାହୁ, ଦୁର୍ଗା ପ୍ରସାଦ ବ୍ରହ୍ମ, ନରହରି ସିଂ, ମଣ୍ଟୁ ସିଂ, ସପନା ସିଂ, ବିଚିତ୍ର ପରିଡାଙ୍କ ସମେତ ୨୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀମାନେ ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିବା ସହିତ ଦଳ କିପରି ଅଧିକରୁ ଅଧିକ ସୁଦୃଢ଼ ହେବ ସେନେଇ ସମସ୍ତେ କାର୍ଯ୍ୟକରିବାକୁ ବିଧାୟକ ଶ୍ରୀଯୁକ୍ତ ସେଠୀ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ