ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଫ୍ରେଣ୍ଡ

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ନିକ୍ ଜୋନାସ୍‌ଙ୍କୁ ବିବାହ ପରେ ଉଭୟ ପ୍ରଥମ ବିବାହ ବାର୍ଷୀକି ପାଳନ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କାଙ୍କ ଘରକୁ ଏକ ନୂଆ ମେମ୍ବର ଆସିଛି । ଯାହା ସହ ସେ ଫଟୋ ଶେୟାର କରିଛନ୍ତି । ପ୍ରିୟଙ୍କା-ନିକ୍ ଗିନା ନାମକ ଏକ ଜର୍ମାନ କୁକୁରକୁ ଘରକୁ ଆଣିଛନ୍ତି । ନିକ୍ କୁକୁରକୁ ଧରି ବେଡରେ ଶୋଇଥିବା ଏକ ଫଟୋ ପ୍ରିୟଙ୍କା ନିଜ ଟୁଇଟରରେ ଶେୟାର କରିଛନ୍ତି । କ୍ୟାପଶନରେ ସେ ଗିନାକୁ ଘରକୁ ସ୍ୱାଗତ କରିବା କଥା ଲେଖିଛନ୍ତି । ପ୍ରିୟଙ୍କାଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍‌’ ଗତ ଅକ୍ଟୋବରରେ ରିଲିଜ୍ ହୋଇଥିଲା । ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ ଅଖତର ନଜର ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ