୫ ଟି ଗ୍ରାମରେ ଜଳ ଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ୫ ଟି ଗ୍ରାମରେ ଶତ ପ୍ରତିଶତ ପରିବାରକୁ ପାଇପ ପାଣି ଯୋଗାଣ ପାଇଁ ଡିସେମ୍ବର ୧୩ ତାରିଖ ଦିନ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ପୋଲସରା ବ୍ଲକର ଏହି ୫ ଟି ପ୍ରକଳ୍ପ ମଧ୍ୟରୁ ଝିଟିକାବାଡ଼ି ଗ୍ରାମରେ ୬୪.୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୨୦ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ଟାଙ୍କି ନିର୍ମାଣ ହେବାକୁ ଥିବାବେଳେ ସୋଡ଼କ ଗ୍ରାମରେ ୧୦୭.୮୦ ଲକ୍ଷ ଟଙ୍କା ବ୍ୟୟରେ ୧୦୧୦ ପରିବାରକୁ ୨ ଲକ୍ଷ ୫୦ ଲିଟର ଭୂତଳ ଟାଙ୍କି, ଡୁଙ୍ଗିରି ଗ୍ରାମରେ ୫୨.୩୪ ଲକ୍ଷ ଟଙ୍କା ବ୍ୟୟରେ ୨୫୦ ପରିବାର ପାଇଁ ୫୦ ହଜାର ଲିଟର ଓଭର ହେଡ ଟାଙ୍କି, ଜକର ଗ୍ରାମରେ ୧୧୧.୯୭ ଲକ୍ଷ ଟଙ୍କା ବ୍ୟୟରେ ୮୩୦ ପରିବାର ପାଇଁ ଏକ ଲକ୍ଷ ଲିଟର ଭୂତଳ ଟାଙ୍କି ଓ ୫୦ ହଜାର ଲିଟର ଓଭର ହେଡ ଟାଙ୍କି ଏବଂ ଖଣ୍ଡୁରୁ ଗ୍ରାମରେ ୧୧୮.୩୮ ଲକ୍ଷ ଟଙ୍କା ବ୍ୟୟରେ ୭୫୦ ପରିବାର ପାଇଁ ଏକ ଲକ୍ଷ କ୍ଷମତା ବିଶିଷ୍ଟ ଭୂତଳ ଟାଙ୍କି ଓ ୫୦ ହଜାର ଲିଟର ଓଭର ହେଡ ଟାଙ୍କି ନିର୍ମାଣ କରାଯାଇ ଶତ ପ୍ରତିଶତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ, ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ସରପଞ୍ଚ ଓ ସମିତି ମେମ୍ବର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ