ଶ୍ରୀ ଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ଆଗରପଡା ଠାରେ ୧୪ତମ ବାର୍ଷିକ ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡାସ୍ଥିତ ଶ୍ରୀ ଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପକ୍ଷରୁ ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭୂତି ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡଃ.ଗୋଲକ ସାହୁ, ମୁଖ୍ୟ ବକ୍ତା ଭାବେ ଜନାର୍ଦ୍ଦନ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ମନୋଜ ମହାନ୍ତି, ଡଃ.ମଦନ ଦାସ, ବିଭୁତି ଗିରି, ମଧୁମିତା ପରିଡା, ଗଣେଶ ପ୍ରସାଦ କରଶର୍ମା, ନାରାୟଣ ଅଗସ୍ତି, ଗୋବିନ୍ଦ ବାରିକ ଯୋଗ ଦେଇଥିଲେ । ଟ୍ରଷ୍ଟର ଅନ୍ନପୂର୍ଣ୍ଣା ପଣ୍ଡା ସ୍ୱାଗତ ଭାଷଣ ଓ ମନୋଜ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ମୁଖ୍ୟ ଅରୁଣ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନନ୍ୟା ପଣ୍ଡା, ପ୍ରଦୀପ ଜେନା, ଦେବେନ୍ଦ୍ର ନାୟକ, ଅଶୋକ ପରିଡା, ସୁରେଶ ଦାସ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ଅଧ୍ୟାତ୍ମ ପୁରୁଷ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କର ଯୋଗ ଦର୍ଶନ ଓ ପୂର୍ଣ୍ଣଯୋଗର ସତ୍ୟ ଓ ତତ୍ତ୍ୱକୁ ବହନ କରୁଥିବା ଶ୍ରୀ ଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ଆଗରପଡା ଏକ ସଫଳ ଅନୁଷ୍ଠାନ ରୂପେ ଏ ଅଞ୍ଚଳରେ ପ୍ରତିଷ୍ଠାଲାଭ କରିଛି । ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଭାବଗ୍ରାହୀ ପଣ୍ଡାଙ୍କ ଯୋଗ ଜୀବନର ପ୍ରତିଫଳନ ସ୍ୱରୂପ ଏ ଅନୁଷ୍ଠାନ ଜନ୍ମ ନେଇଛି । ଏହାର କାର୍ଯ୍ୟଧାରା ଅବ୍ୟାହତ ରହିବା ସଙ୍ଗେ ସଙ୍ଗେ ଉତ୍ତୋରତ୍ତର ଉନ୍ନତିଲାଭ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ