କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ ଆରମ୍ଭ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପ୍ରାକୃତିକ ପରିବେଶର ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମିରେ କୋଣାର୍କ ଇକୋ ରିଟ୍ରିଟ ଆରମ୍ଭ ହୋଇଅଛି। ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ। ପ୍ରଥମ ଦିନରେ ୫୦ ତମ୍ବୁଘର ବୁକିଙ୍ଗ ହୋଇଅଛି। ଏହି ବେଳାଭୂମିରେ ୭୦ ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲା ଯାଇଥିବା ସୂଚନା ମିଳିଛି । ଏହି ତମ୍ବୁଘର ୭ହଜାର ଟଙ୍କା ରୁ ଆରମ୍ଭ ହୋଇ ୨୭ହଜାର ପର୍ଯ୍ୟନ୍ତ ରହିଥିବା ବେଳେ ରାତ୍ରିଯାପନ ପାଇଁ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଅଛି। ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ବିଚ ସାକ,ବାନାନା ବୋଟ,ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତିକ କାର୍ଯ୍ୟକ୍ରମ ରହିଅଛି । ଏହି ଉଦ୍ଘାଟନ ସମାରୋହ ରେ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କୋଣାର୍କ ଇକୋ ରିଟ୍ରିଟ ଡିସେମ୍ବର ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ