ହୋ ଭାଷାକୁ ଦ୍ଵିତୀୟ ରାଜଭାଷା ମାନ୍ୟତା ଦାବିରେ ବସନ୍ତପୁରରୁ ଭୂବନେଶ୍ବରକୁ ମୋଟରସାଇକେଲ ରାଲିର ଶୁଭାରମ୍ଭ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶାରେ ୧୫ ଲକ୍ଷରୁ ଅଧିକ ହୋ ଭାଷାଭାଷୀ ବସବାସ କରୁଛନ୍ତି ।ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର,ଯାଜପୁର,ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାରେ ଏହି ସଂପ୍ରଦାୟର ଲୋକେ ବହୁଳଭାଵେ ବସବାସ କରୁଛନ୍ତି । ସ୍ବାଧୀନତା ୭୫ ବର୍ଷ ବିତିଯିବା ପରେ ମଧ୍ୟ ହୋ ସମାଜର ଭାଷା ଏବଂ ଲିପି ଓ୍ବାରାଂଚିତିକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ।ଗୋଟିଏ ଭାଷା ଓ ଲିପି ସେହି ଜାତିର ଇତିହାସ, ସଂସ୍କୃତି,କଳା, ସାହିତ୍ୟ କୁ ବାନ୍ଧି ରଖିଥାଏ । ସେହି ସଂପ୍ରଦାୟର ଲୋକଙ୍କୁ ଏକତା ସୂତ୍ରରେ ଯୋଡିଥାଏ । କିନ୍ତୁ ଆଜାଦୀକି ଅମୃତ ମହୋତ୍ସବ ସରକାର ପାଳୁଥିବା ବେଳେ ଏହି ଜାତି ନିଜ ଭାଷାର ଅସ୍ତିତ୍ବ ଓ ନିଜ ଜାତିର ଅସ୍ମିତା ବଜାୟ ରଖିବାକୁ ଲଢେଇ କରୁଛି ।ଆଜି ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକର ବସନ୍ତପୁର ଗାଁ ଯେଉଁମାଟିରେ ବୀରପୁତ୍ର ରଘୁବର କଣ୍ଡାଙ୍କେଲଙ୍କ ଜନ୍ମମାଟିରୁ ଆଜି ହୋ ଭାଷା ମାନ୍ୟତା ଦାବିରେ ବହୁ ସଂଖ୍ୟାରେ ଭାଷାପ୍ରେମୀମାନେ ଯୁବକ ବାଇକ୍ ଯୋଗେ ଭୂବନେଶ୍ବରକୁ ଯାତ୍ରା କରିଛନ୍ତି । ଏହି ଅବସରରେ ଜାମଦା ବ୍ଲକର ବସନ୍ତପୁର ଗ୍ରାମରେ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ରାଜ୍ୟ ମୁଖପାତ୍ର ଶ୍ରୀ ମନୋରଞ୍ଜନ ତିରିଆ, ଜିଲ୍ଲା ସଭାପତି ବିର୍ସା କଣ୍ଡାଂକେଲ, ଯୁଗ୍ମ ସମ୍ପାଦକ ଜଲେନ ବାର୍ଦା, ତିରିଂ ଚେୟାରମ୍ୟାନ ପରମେଶ୍ୱର ସାମାଡ଼, ପୂର୍ବତନ ବ୍ଲକ ଚେୟାରମ୍ୟାନ ଜେମାମଣି ସୁଣ୍ଡି, ଗିରିଶ ଚନ୍ଦ୍ର ହେମ୍ବ୍ରମ, ଗଙ୍ଗାଧର ହେମ୍ବ୍ରମ, ମଟକା ବିରୁଆ, ପାର୍ବତୀ ବିରୁଆ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ତିରିଆ, ହେସେଡା ସରପଞ୍ଚ ବାଲେମଣି ମୁନ୍ଦୁୟା, ତାଳଗାଁ ସରପଞ୍ଚ ଡମ୍ବୁରଧର ହେମ୍ବ୍ରମ ପ୍ରମୁଖଙ୍କ ଉପସ୍ଥିତିରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ଏଥିରେ ଝାଡ଼ଖଣ୍ଡ ରାଜ୍ୟର ହୋ ଭାଷା ସାରସ୍ଵତ ସାଧକ ଡବର ବୁଳିଉଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ହୋ ଭାଷା ରାଲିର ଶୁଭାରମ୍ଭ କରାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରାଳୟର ଅବସରପ୍ରାପ୍ତ ପ୍ରଶାସକ ଶ୍ଯାମଲାଲ ସିଂ ପୂର୍ତ୍ତି, ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଏହାପରେ ବାଇକ ରାଲି ଜାମଦା ବ୍ଲକ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ