ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସମାଜସେବୀ ମହାସଂଘ ପକ୍ଷରୁ ଅଶୋକନଗରରେ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଉରକେଲା ସହରକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ରାଉରକେଲାରୁ ଏକ ପ୍ରୋଜେକ୍ଟ କାନ୍ଧରେ ବୋହି ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ପଦଯାତ୍ରା ମାଧ୍ୟମରେ ଭୁବନେଶ୍ୱରରେ ପହଞ୍ôଚଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଯିବା ରାସ୍ତାରେ ଅଶୋକନଗରଠାରେ ସମାଜସେବୀ ମହାସଂଘର ରାଜ୍ୟ ସଭାପତି ବାପୁ ଓଝା ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ସମାଜସେବକ ରୋହିତ କୁମାର ଓ ଯୁବ ସମାଜସେବୀ ସଂଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।


