ମହାକାଳପଡା ବ୍ଲକରେ ଚାଲିଥିବା ଦୁର୍ନୀତି ଓ ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ଚାଲିଥିବା ଦୁର୍ନୀତି ଓ ଲାଞ୍ଚ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗକାରୀ ମହିଳା ଓ ପୁରୁଷମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ଭତ୍ତା, ପାଇଖିନା, ମନରେଗା ଓ କାଳିଆ ଯୋଜନା ପ୍ରଭୃତିରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଇ ଅଯୋଗ୍ୟମାନଙ୍କୁ ଦିଆଯାଇଛି । ପଞ୍ଚାୟତ ଗୁଡିକରେ ଗରିବ ଲୋକ ତଥା ହିତାଧିକାରୀମାନଙ୍କୁ ବାଦ ଦିଆଯାଇ ଲାଞ୍ଚ ନିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସଂପୃକ୍ତ ଯୋଜନା ସରକାରୀ ଗୁଡିକରେ ସାମିଲ କରାଯାଇଛି । ସେମାନେ କୈାଣସି କାର୍ଯ୍ୟ କରିନଥିବା ବେଳେ ସେମାନଙ୍କୁ ଗୋଟିଏ ପରେ ଗୋଟି କିସ୍ତି ଅର୍ଥ ଏମିତିକି ସମ୍ପୂର୍ଣ୍ଣ ଅର୍ଥ ମଧ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ଆଉ କେତେକ ପାଇଖିନା ହିତାଧିକାରୀଙ୍କ ଅର୍ଥକୁ ଉଠାଇ ନେଇ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ମହାକାଳପଡା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା । ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ ହେବାରୁ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କୁ ସଂପୃକ୍ତ ଅଭିଯୋଗର ଖୁବ ଶୀଘ୍ର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାକୁ ପ୍ରତ୍ୟାହୃତ କରିନେଇ ଧାରଣାକାରୀମାନେ ଉଠିଯାଇଥିଲେ । ବଳିପାଳ ପଞ୍ଚାୟତର ଉଦୟ କୁମାର ସାହୁ, ବଡିହୀ ପଞ୍ଚାୟତର ଧନେଶ୍ୱର ରାଉତ, ଗୋଗୁଆ ପଞ୍ଚାୟତର ସୁଧିର ରଞ୍ଜନ ସ୍ୱାଇଁ, ରବି ବଳବନ୍ତରାୟ, ନିରଞ୍ଜନ ଓଝା, ସୁବାସ ଚନ୍ଦ୍ର ସ୍ୱାଇଁ, କେଶବ ଚନ୍ଦ୍ର ଭୋଳ, ସଞ୍ଜୟ ପ୍ରଧାନ, ବାବାଜି ପ୍ରଧାନ, ଗୋପିନାଥ ବାରିକ, ଉମାକାନ୍ତ ସ୍ୱାଇଁ, ପ୍ରଫୁଲ୍ଲ ନାୟକ, ହେମଲତା ସାମଲ, ବନିତା ସେନାପତି, ଛଇଳ ଯେନା ପ୍ରମୁଖ ଧାରଣାରେ ବସିରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ