ଚକୁଳି ମାଉସୀ

୫ ଟଙ୍କାରେ ପେଟପୁରା ଚକୁଳି ଖାଇବାକୁ ଦେଉଛନ୍ତି କଟକ ନନ୍ଦୀ ସାହିର ଚକୁଳି ମାଉସୀ ଅନ୍ନପୂର୍ଣ୍ଣା ସାହୁ । ଚକୁଳି ସାଙ୍ଗକୁ ଧନିଆ-ରସୁଣର ଚଟଣି ଯିଏ ଥରେ ଖାଇଛି ସିଏ ବାରମ୍ବାର ଆସିଛି । କାରଣ ମାଉସୀର ଏହି ଚକୁଳି ପ୍ରସ୍ତୁତିରେ ଭରି ରହିଥାଏ ଅମାପ ଆତ୍ମୀୟତା । ସେଥିପାଇଁ ତ ସ୍ନେହ ମିଶା ବାମ୍ପ ଚକୁଳି ଖାଇବାକୁ ଛୁଟି ଆସନ୍ତି କଟକିଆ । ୪୫ ବର୍ଷ ଧରି କଟକର ଏହି କୁନି ଘରେ ମାଉସୀ ପରସି ଚାଲିଛନ୍ତି ଚକୁଳି । ମୁସମୁସିଆ ଚକୁଳି ଖାଇବାକୁ ସବୁ ବର୍ଗର ଲୋକ ଭିଡ଼ ଜମାନ୍ତି । ମାଉସୀ ଆଉ ଖଣ୍ଡେ ତୁମ ସୁଆଦିଆ ଚକୁଳି ଦିଅ, କିଛି ଏହି କଥା ମାଉସୀର ଛୋଟ ଦୋକାନରେ ସବୁବେଳେ ଶୁଣିବାକୁ ମିଳେ । ବଡି ଭୋରରୁ ଉଠି ମାଉସୀ ଲାଗିପଡନ୍ତି ଚକୁଳି ପ୍ରସ୍ତୁତିରେ ।
ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲେ ମାଉସୀଙ୍କର ଏହି ଚକୁଳି ପସରା । ବିଶେଷ କରି ଡେକ୍‌ଚି ଉପରେ ପିଠଉରେ ପ୍ରସ୍ତୁତ କରନ୍ତି ଭିନ୍ନ ଚକୁଳି । ସେଥିପାଇଁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାଉସୀଙ୍କର ନିତିଦିନିଆ ଗ୍ରାହକ ପାଲଟିଯାଇଛନ୍ତି । ହୋଟେଲରେ ହୁଏତ ଏହି ବାମ୍ଫ ଚକୁଳି ମିଳି ନପାରେ, କିନ୍ତୁ ଅନ୍ନପୂର୍ଣ୍ଣା ମାଉସୀଙ୍କ ଚକୁଳି ଯଦି ଖାଇଥାନ୍ତି ତେବେ ଅଭୁଲା ହୋଇ ରହିଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ