ରକ୍ତ ଦାନ କରି ମହାନତା ଦେଖାଇଲେ ବିର ଯବାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ତନରଡ଼ା ଠାରେ ଆଜି ଆଇ ଆର ବି କେମ୍ପ ଠାରେ ଏକ ସେର୍ଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶହେ ରୁ ଉର୍ଦ୍ଧ ଯବାନ ରକ୍ତ ଦାନ କରିଛନ୍ତି । ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତନରଡ଼ା ଠାରେ ଅଷ୍ଟମ ଆଇଆରବି ବାଟାଲିୟନ କ୍ୟାମ୍ପସରେ ଆୟୋଜନ କରାଯାଇଛି ମେଗା ରକ୍ତଦାନ ଶିବିର। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିତାନଶୁ ଶେଖର ଶତପଥି ଯୋଗଦେଇ ମେଗା ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ।ଏହି ଶିବିରରେ ଏକ ଶହରୁ ଅଧିକ ଯବାନ ଆସି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି। ପରିବାର ଛାଡି ଦୁର୍ଗମ ଅଂଚଳରେ ରହି ଦେଶ ପାଇଁ କାର୍ଯ୍ୟ କରିବା ସହିତ ରକ୍ତ ଦାନ କରି ମହାନତା ଦେଖାଇଥିବାରୁ ବିଭିନ୍ନ ମହଲରୁ ଯବାନ ମାନଙ୍କୁ ପ୍ରଶଂସା କରାଯାଇଛି । ରକ୍ତ ଦାନ ପରେ ଯବାନ ମାନେ ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଆଇଆର ବି କମାଣ୍ଡଡେଣ୍ଟ ଉମେଶ କୁମାର ଜେନା ପ୍ରଥମେ ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିଲେ । ଯବାନ ମାନଙ୍କ ଅନୁରୋଧ ରକ୍ଷା କରି କମାଣ୍ଡଡେଣ୍ଟ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଆୟୋଜନ କରି ସଫଳ ହୋଇଥିବା ରୁ ଏହା ପ୍ରତିବର୍ଷ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଯବାନ ମାନଙ୍କ ଏଭଳି ନିଆରା ପଦକ୍ଷେପ ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୁର କରିପାରିବ ବୋଲି କହିଛନ୍ତି ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ସୀତାନଶୂ ଶେଖର ଶତପଥୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ