ନଡ଼ିଆ ଗଛ ରୁ ପଡି ଛାତ୍ର ମୃତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଆଜି କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ଠାରେ ଥିବା ବିଜୟାନନ୍ଦ ମାଧ୍ୟମିକ ବିଦ୍ୟାଳୟର ଏକ ଛାତ୍ର ମୃତ। ସୂଚନା ଅନୁଯାୟୀ ଅଲୋଡା ଠାରେ ଏକ ଛାତ୍ରାବାସ ଯାହା କି କାଥୋଲିକ ଖ୍ରୀଷ୍ଟିୟାନ କମୁନିଟି ଦ୍ଵାରା ପରିଚାଳିତ ସେଠାରେ ରହି ପଢୁଥିବା ଅଷ୍ଟମ ଶ୍ରେଣୀରେ ଛାତ୍ର ଅବିଆଲ୍ କାରଜୀ(୧୪ ବର୍ଷ) ଆଜି ଦିନ ସାଢେ ଏଗାରଟା ସମୟରେ ଛାତ୍ରାବାସ ପରିସରର ମଧ୍ଯରେ ଥିବା ଏକ ନଡିଆ ଗଛରୁ ପଡି ଯାଇଥିଲେ। ଛାତ୍ର ରହୁଥିବା ଛାତ୍ରାବାସ ସହିତ ବିଦ୍ୟାଳୟ କୌଣସି ସମ୍ପୃକ୍ତି ନ ଥିବା ପ୍ରଧାନ ଶିକ୍ଷକ ସତ୍ୟ ପ୍ରକାଶ ଶତପଥୀ ସୁଚନା ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ଛାତ୍ରାବାସରୁ ତାଙ୍କୁ ସଙ୍ଗେ ସଙ୍ଗେ ଏସ. ଡି .ଏଚ୍, ଗୁଣୁପୁର ମେଡିକାଲକୁ ନେଇଥିଲେ। ଏକ ଘଣ୍ଟା ଚିକିତ୍ସା ପରେ ଛାତ୍ରର ମୃତ୍ଯୁ ହୋଇଯାଇଥିବା ଡକ୍ଟର ସୂଚନା ଦେଇଛନ୍ତି। ବର୍ତ୍ତମାନ ସେହି ଛାତ୍ରର ମା ଆୟୋତି କାରଜୀ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି. କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ୟୁ.ଡି.କେସ ନଂ. ୧୧/୨୨ ରେ ଏକ ମାମଲା ରୁଜୁ କରିଥିବା ସୁଚନା ଦେଇଛନ୍ତି l


