ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨୦ରୁ ଅଧିକ କଇଁଛ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ହେଉଥିଲା କଇଁଛ ଚୋରା ଚାଲାଣ । କାବୁ କରିଲେ ଗ୍ରାମବାସୀ । ୨୦ରୁ ଅଧିକ କଇଁଛକୁ ଉଦ୍ଧାର କରିଛି ବନବିଭାଗ । ଗତକାଲି ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣେ ବ୍ୟକ୍ତି ଏକ ଲୁନାଗାଡିରେ କଇଁଛ ଚାଲାଣ କରୁଥିବା ବେଳେ କାବୁ କରିଥିଲେ ସ୍ଥାନୀୟ ଲୋକେ । ତେବେ ଏନେଇ ମତ୍ସ୍ୟବିଭାଗର କର୍ମଚାରୀମାନେ କିଛି କହିବା ପାଇଁ ମନା କରିଦେଇଥିଲେ । ତେବେ ଖବରପାଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ରେଞ୍ଜର ଆସି ୨୦ରୁ ଅଧିକା କଇଁଛକୁ ଉଦ୍ଧାର କରିଥିଲେ । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,” ପୂର୍ବରୁ ଅନେକ ଥର ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏପରି ଚାଲାଣ କରାଯାଉଛି । ଏନେଇ ଆମେ ଅଭିଯୋଗ ମଧ୍ୟ କରିଛୁ । କାଲି ଆମେ ଜଗିକି ଚାଲାଣ ହେଉଥିବା ବେଳେ ଧରିଛୁ । କଇଁଛ ନୁହେଁ ମାଛ ମଧ୍ୟ ଏଠାରୁ ଚୋରା ଚାଲାଣ ହେଉଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ ହେଉ ।” ସେପଟେ ଘଟଣାର ତଦନ୍ତ ହେବ କହିଲେ ବନ କର୍ମଚାରୀ ।


