ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ୩୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଅଛି। ଏହି ଦୁଇ ଦିବସୀୟ କ୍ରୀଡ଼ା ଉତ୍ସବର ପ୍ରଥମ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଏହାର ଶୁଭାରମ୍ଭ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ବିଶେଷଭାବେ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ଉଦ୍ଜାପନୀ ସଭାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀଯୁକ୍ତ ସୁଜିତ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି କ୍ରୀଡ଼ା କ୍ଷେତ୍ରରେ ନାରୀଙ୍କ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ମାନୀତ ଅତିଥି ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଶେଷ ମତ ପ୍ରଦାନ କରିଥିଲେ । ସଭାର ଆରମ୍ଭରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅତିଥିମାନଙ୍କ ବିଶେଷ ପରିଚୟ ପ୍ରଦାନ ସହ କ୍ରୀଡ଼ାର ଉପଯୋଗୀତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।ଏହି ଦୁଇ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁଟିଙ୍ଗ ଦ ସଟ୍ , ହାଇ ଜମ୍ପ , ଲଙ୍ଗ ଜମ୍ପ , ରିଲେ ରେସ୍ , ଜାଭେଲିନ୍ ଥ୍ରୋ , ୧୦୦ମି ଏବଂ ୨୦୦ମି ଦୌଡ଼ ଆଦି ସବୁ ମୁଖ୍ୟ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଯୁକ୍ତ ଦୁଇ ୨ୟ ବର୍ଷ କଳା ଛାତ୍ରୀ ପ୍ରିୟଙ୍କା ଜେନା ଚାମ୍ପିଅନ ଘୋଷିତ ହୋଇଥିଲେ। ସଭା ଶେଷରେ ସହ ଉପସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ କ୍ରୀଡ଼ା ପରିଷଦର ଉପସଭାପତି ଡ. ମହେନ୍ଦ୍ର ରଇତ,ସହ ଉପସଭାପତି ଡ. ନୃସିଂହ ପାଣିଗ୍ରାହୀ, ଗୁରୁ ଶ୍ରୀ ରଘୁନାଥ ପାତ୍ର, ସୁଶ୍ରୀ ଡି. ପ୍ରିୟଙ୍କା, କ୍ରୀଡ଼ା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା ,ବରିଷ୍ଠ ପ୍ରଧ୍ୟାପିକା ଡ. ମନସ୍ବିନୀ ଦାସ ଏବଂ ଅନ୍ୟାନ୍ୟ ଅଧ୍ୟାପକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ