ପୌରପାଳିକା ଆଗରେ ବିଜେପିର ଅନଶନ ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବ ଘୋଷଣା ଅନୁସାରେ ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ବାଲେଶ୍ୱର ପୌରପାଳିକା ସମ୍ମୁଖରେ ବୁଧବାର ଅନଶନ ଆରମ୍ଭ ହୋଇଛି । ବିଜେପି ନଗର କମିଟି ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଅନଶନ କାର୍ଯ୍ୟକ୍ରମରେ ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ ଦତ୍ତ ପ୍ରମୁଖଙ୍କ ସମେତ ଦଳୀୟ କାଉନସିଲର ଓ ସକ୍ରିୟ ନେତୃବୃନ୍ଦ ଯୋଗ ଦେଇଥିଲେ । ପୌରପାଳିକାର ଅବହେଳାରୁ ସମ୍ପ୍ରତି ସହରବାସୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମାଧାନ ପ୍ରତି ଗୁରୁତ୍ୱ ଦିଆ ନଯିବା ଯୋଗୁଁ ପୂର୍ବ ଘୋଷଣା ଅନୁସାରେ ଏହି ଅନଶନ ଆରମ୍ଭ ହୋଇଥିବା ବିଜେପି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବିଶେଷ କରି ଖତ ଖାଉଥିବା ସିଟିବସ ଚଳାଚଳ ଆରମ୍ଭ କରିବା, ଅବଧି ଶେଷ ହୋଇଥିବା ଠିକା ସହର ସଫେଇ କାର୍ଯ୍ୟ ଟେଣ୍ଡର କରିବା, ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେବା, ପ୍ରତ୍ୟେକ ୱାର୍ଡ଼ ରାସ୍ତାପାଶ୍ୱର୍ରେ ବେଞ୍ଚ ପକାଇବା, ରାସ୍ତା ଓ ଡ୍ରେନ କାର୍ଯ୍ୟରେ ଗୁଣବତ୍ତା ରକ୍ଷା କରିବା, ତ୍ୱରିତ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ଆଦି ଦାବି ପୂରଣ ନେଇ ପୂର୍ବରୁ ପୌର କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ଏଥି ପ୍ରତି ଗୁରୁତ୍ୱ ଦିଆ ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି ନେତାଆରୋପ କରିଛନ୍ତି । ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଗଣତାନ୍ତ୍ରିକ ଉପାୟରେ ଦଳ ପକ୍ଷରୁ ଏହି ଅନଶନ ଆରମ୍ଭ ହୋଇଥିବା ବିଜେପି ନେତାମାନେ କହିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ