ବିଶ୍ୱ କପ୍ ହକି ବିରୁଦ୍ଧରେ ଗରିବ ଆଖିରେ ଲୁହ ଦେଇ ବିଶ୍ୱ ହକି କପ୍ କାହାପାଇଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବ ବିଶ୍ୱ ହକି କପ୍ । ଏହି ବିଶ୍ୱ କପ ହକି ପାଇଁ କେତେ ଯେ ଜୀବନ ଜୀବିକା ଉଜୁଡ଼ି ଯାଉଛି ତାହା ନ କହିବା ଭଲ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନାମ ପ୍ରଚାର କରିବା ପାଇଁ ଗରିବ ମାନଙ୍କ କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିବା ବେଶ୍ ତାଙ୍କୁ ଜଣା । ତେଣୁ ଭୁବନେଶ୍ୱର ଓ ରାଉରକେଲା ଠାରେ ହେବାକୁ ଥିବା ବିଶ୍ୱ କପ ହକି ପାଇଁ ପାଖାପାଖି ଏବେ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକମାନଙ୍କ ଜୀବନ ଜୀବିକା ଉଜୁଡ଼ି ଗଲାଣି । ଆଗକୁ ଆହୁରି କେତେ ଜୀବନ ଜୀବିକା ଯିବ ତାହା କହିହେବ ନାହିଁ । ଜଣଙ୍କର ସ୍ୱାର୍ଥ ପାଇଁ ଯଦି ହଜାର ହଜାର ଲୋକଙ୍କର ଜୀବନ ଜୀବିକା ଉଜୁଡିଯାଏ ତେବେ ସେ ଜଣେ ଲୋକ ରହିକି ଲାଭ କଣ । ଆଜି ନୟାପଲ୍ଲୀ, ଶିଖରଚଣ୍ଡୀ ଅଞ୍ଚଳରେ ଉଚ୍ଛେଦ ଚାଲିଥିବା ସମୟରେ ଉଠାଦୋକାନୀମାନେ ତୀବ୍ର ବିରୋଧ କରିଥିଲେ । ପ୍ରଥମେ ଥଇଥାନ, ପରେ ଉଚ୍ଛେଦ ବୋଲି ସ୍ଲୋଗାନ ଦେଇ ଭଙ୍ଗାଳୀ ଦଳକୁ ବିରୋଧ କରିଥିଲେ । କିଛି ସମୟ ସେଠାରେ ପରିବେଶ ଏକ ପ୍ରକାର ଶୋକାକୁଳ ହୋଇ ପଡ଼ିଥିଲା । ବିଏମ୍‌ସିର କର୍ମଚାରୀମାନେ ଓଡ଼ିଶା ବାହାରର ଡ଼୍ରୋଜର ଚଲାଳି ଏବଂ ଅଫିସରମାନଙ୍କୁ ଆଣି ଯେଉଁଭଳି ଭାବରେ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି ତାହା ମଣିଷ ସମାଜ ପାଇଁ ଶୁଭଙ୍କର ନୁହେଁ । ତେଣୁ ଆସନ୍ତା କାଲି ଉତ୍ତର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ସମସ୍ତ ଉଠାଦୋକାନୀ ଏକତ୍ରିତ ହୋଇ ଉତ୍ତର ବିଏମ୍‌ସି କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ମହାସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀ ପ୍ରତାପ କୁମାର ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଗକୁ ପେଟପାଟଣା ଆହୁରି ଜୋରଦାର ଆନ୍ଦୋଳନ କରାଯିବା ସହ ନବୀନ ବାବୁଙ୍କ ଘର ସାମ୍ନାରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରାଯିବ ବୋଲି ପ୍ରତାପ ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ