କେନ୍ଦ୍ରାପଡା ଜିଲ୍ଲା ଲନବଲ ଆସୋସିଏସନ ପକ୍ଷରୁ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଲନ ବଲ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ସନ୍ଧ୍ୟାରେ ଆସୋସିଏସନ କାର୍ଯ୍ୟକାରୀ କମିଟି ସଦସ୍ୟ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, କାଉନସିଲର ସେକ ଅସଲମ ଓ ମନସୁର ଅକ୍ତର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରରେ ଯୋଗଦେଇଥିବା ପ୍ରଶିକ୍ଷାର୍ôଥମାନଙ୍କୁ ଉଦବୋଧନ ଦେଇ ଏହି ଶିବିରରୁ ଉତ୍ତମ ପ୍ରଶିକ୍ଷଣ ଗ୍ରହଣ କରି ଭବିଷ୍ୟତରେ ଜଣେ ଜଣେ ସଫଳ କ୍ରୀଡାବୀତ ହୋଇ କେନ୍ଦ୍ରାପଡାର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବୁ ଜଲାଲ, ମନୋରଞ୍ଜନ ମିଶ୍ର, ସରୋଜିନୀ ସ୍ୱାଇଁ, ସୁହାନା ପରୱିନ, ସାଇ ଅଭିଷେକ ନାୟକ, ଦିପ୍ତିରେଖା ସାହୁ, ରାବେୟା ଫିରଦୋଷ, ମୋଜାହିଦ ଖାନ, ସେକ ଓବେଦୁଲ୍ଲା, ଫଜର ରମଜାନୀ, ସେକ ଆବାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ଜିଲ୍ଲାର ୯ଟି ବ୍ଲକରୁ ୩୦ଜଣ ବାଳକ ଓ ବାଳିକା ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ କୋଚ ଭାବରେ ସେକ ସୈାକତ ଖାନ ଶିବିରାର୍ôଥମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।