ଖେମୁଣ୍ଡି କଲେଜ ଭୂତତ୍ତ୍ଵ ବିଭାଗ ପକ୍ଷରୁ ଆଲୋଚନା ଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଭୂତତ୍ତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ସ୍ନାତକ ଶ୍ରେଣୀ ପ୍ରଥମ ବର୍ଷର ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଅନୁପ କୁମାର ମିଶ୍ର ଯୋଗଦେଇ ନୂତନ ଛାତ୍ରୀ ଛାତ୍ର ମାନଙ୍କୁ ଦାୟିତ୍ୱବାନ ହୋଇ ଶିକ୍ଷାଲାଭ କରିବା ପାଇଁ ଉପଦେଶ ଦେଇଥିଲେ । ଭୂତତ୍ତ୍ୱ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅନିଲ କୁମାର ସାହୁ ପ୍ରାରମ୍ଭିକ ଭାଷଣ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ସ୍ୱାଗତ କରିଥିଲେ । ଅଧ୍ୟାପକ ସୁଶୀଳ ଶୁଭଦୀପ ନାୟକ, ରବି କିରଣ ପାତ୍ର ଓ ବିବେକାନନ୍ଦ ଦୋରା ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ‘କୋଇଲାର ଭୂତାତ୍ୱିତ ତତ୍ତ୍ୱ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଛାତ୍ର ବୃନ୍ଦ ନିଜ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ l ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ଜି. ଲୋକନାଥ ପାତ୍ର ଏବଂ ଛାତ୍ରୀ ସ୍ଵାଗତିକା ପଟ୍ଟନାୟକଙ୍କୁ ଜିଓଲୋଜି ସେମିନାର ସହ ସମ୍ପାଦକ ଭାବରେ ନିର୍ବାଚିତ କରାଗଲା l ଯୁକ୍ତ ୩ ଛାତ୍ରୀ ସନ୍ଧ୍ୟାରାଣୀ ଗୌଡ଼ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିବା ବେଳେ ସୁଶ୍ରୀ ମିକିରାଣୀ ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିଲେ । ଶେଷରେ ଅଧ୍ୟାପକ ରବି କିରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭୂତତ୍ୱ ବିଭାଗର ସମସ୍ତ ଛାତ୍ରୀ ଛାତ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


