ଶ୍ରମ ମନ୍ତ୍ରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମ ପଞ୍ଚାୟତରେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଡିସେମ୍ବର ୨୩ ତାରିଖ ଦିନ କରଚୁଲି ଶିଶୁ ମନ୍ଦିରର ୨୬ ତମ ବାର୍ଷିକ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେଠାରୁ କରସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କରସିଙ୍ଗିରେ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ,ଓ ସମିତି ସଭ୍ୟ ଚିକୁ ବାରିକଙ୍କ ସମେତ ୱାର୍ଡ ମେମ୍ବର ଓ ଗ୍ରାମବାସୀ ବୃନ୍ଦ ମାନ୍ୟବର ଶ୍ରମ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ସାହୁ କରସିଙ୍ଗି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ଓ ସମିତି ସଭ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସଶ୍ମିତା କର, କନିଷ୍ଠ ଯନ୍ତ୍ରୀ, କରସିଙ୍ଗି ପିଇଓ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି କବିରାଜ ଗୌଡ଼, ସମାଜସେବୀ ଇ. ମଦନ ଗୋପାଳ ଦୋରା ଓ କେ.ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ