ଗୋଳାବନ୍ଧ ଗ୍ରାମର ୧୭୦ ଜଣ ଶ୍ରମିକଙ୍କ ଲେବର କାର୍ଡ ମଞ୍ଜୁରୀ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରକୃତ ଶ୍ରମିକଙ୍କ ନାମରେ ନାହିଁ ଜବକାର୍ଡ । ସେମାନେ ସରକାରଙ୍କ ବିଭିନ୍ନ ସୁବିଧା ପାଇବାରୁ ହେଉଥିଲେ ବଞ୍ଚିତ। ଏହି ସମସ୍ୟା ଜାଣିବା ପରେ ଗୋଳାବନ୍ଧ ସରପଞ୍ଚ ମଉନା ଜେନା ଭଞ୍ଜନଗର ସହକାରୀ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସେମ୍ବର ୨୨ ତାରିଖ ଦିନ ଭଞ୍ଜନଗର ସହକାରୀ ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ ଓ ଡିଇଓ ଲୋକନାଥ ବେହେରା ଅଚାନକ ଗୋଳାବନ୍ଧ ଗ୍ରାମ ପଞ୍ଚାୟତକୁ ପରିଦର୍ଶନ କରିବାକୁ ଆସିଥିଲେ। ତିନିଗୋଟି ସ୍ଥାନରେ ଚାଲିଥିବା କାର୍ଯ୍ୟ ସ୍ଥଳକୁ ଯାଇ ଶ୍ରମିକଙ୍କ ନାମ ତାଲିକାଭୁକ୍ତ କରିଥିଲେ। ଶ୍ରମ ଅଧିକାରୀଙ୍କ ସହ ଗୋଳାବନ୍ଧ ସରପଞ୍ଚ ମଉନା ଜେନା, ଉମା ଶଙ୍କର ଜେନା, ଟୁକୁନା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେଯେ ୧୭୦ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଜବକାର୍ଡ ନଥିବା ଅନୁସନ୍ଧାନ ବେଳେ ଜାଣିପାରିଥିଲେ। ନିୟମ ପ୍ରକାରେ ସେହି ୧୭୦ ଜଣଙ୍କ ଲେବର କାର୍ଡ ପାଇଁ ଅନଲାଇନରେ ପଞ୍ଜିକରଣ କରାଯାଇଅଛି। ଆଇନ ଅନୁଯାୟୀ ସେମାନଙ୍କୁ ଖୁବଶୀଘ୍ର ଲେବର କାର୍ଡ ମିଳିବା ପରେ ବୁଗୁଡା ବିଡ଼ିଓ ଜବକାର୍ଡ ପ୍ରଦାନ କରିବା ବ୍ୟବସ୍ଥା ଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ