ଆଇ.ଆର.ପି.ଏମ. ବିଭାଗ : ନବାଗତ ଛତ୍ରଛାତ୍ରୀଙ୍କୁ ସ୍ୱାଗତ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ ଡିସେମ୍ବର ୨୩ ତାରିଖ ଦିନ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସ୍ୱାଗତ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଉଦଘାଟନ କରିବା ସହ ସ୍ୱାଗତ ସଭାରେ ଅଧ୍ୟକ୍ଷତା କରିଥିଲେ। ଆଇ.ଆର.ପି.ଏମ. ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନୀ ଅତିଥି ବୃନ୍ଦଙ୍କୁ ସ୍ୱାଗତଙ୍କ ସହ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ମହାବିଦ୍ୟାଳୟର ସୁନାମ ରକ୍ଷା କରିବା ପାଇଁ ଶୃଙ୍ଖଳିତ ଆଚରଣ ସହ ଅଧ୍ୟୟନରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ହରେକୃଷ୍ଣ ନାୟକ, ଡ଼ଃ ସଞ୍ଜୟ କୁମାର ପ୍ରଧାନ, ଡ଼ଃ ଜୟରାମ ବିଷୋୟୀ, ଡ଼ଃ ପ୍ରଦୀପ କୁମାର ଦାଶ, ଓ ସୁରାଜିତା ସାହୁ ଯୋଗଦେଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଭବିଷ୍ୟତ ଶିକ୍ଷା ଓ ସମୃଦ୍ଧି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ମଧ୍ୟରେ ଅକ୍ଷୟ କୁମାର ସାହୁ, ରବୀନ୍ଦ୍ର କୁମାର ପୋଲାଇ, ଦିଲ୍ଲୀପ କୁମାର ସାହୁ, ସନ୍ଧ୍ୟାରାଣୀ ସାହୁ, ଶ୍ରୀକୃଷ୍ଣ ମଣ୍ଡଳ, ଅନିତା ଦେବୀ, ଭି.ସଂତୋଷି ରାଜୁ, ଶୁଭସ୍ମିତା ମହାପାତ୍ର, ଲୋକନାଥ ବେହେରା, ଲେଫନାଣ୍ଟ ଅଜୟ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରୀ ଉଷାରାଣୀ ବିଶ୍ବାଳ, ସୁଜାତା ସାହୁ, ମୁକ୍ତି ପଣ୍ଡା, ନମ୍ରତା ଆଚାରୀ ଓ ଆଦ୍ୟାଶିକ୍ତା ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିକ୍ରମ ସ୍ବାଇଁ, ମିଥୁନ ନାୟକ ଓ ଉଷାରାଣୀ ବିଶ୍ବାଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭାଗର ସେମିନାର ସେକ୍ରେଟାରୀ ଆଶିଷ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ