ଓକିଲ ସଂଘ ପକ୍ଷରୁ ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଗଣଧାରଣା

ଭଂଜନଗର (ଯୁଗାବ୍ଦ ନ୍ୟୁଜ୍‌) : ଭଂଜନଗର ଓକିଲ ସଂଘ ପକ୍ଷରୁ ଶାନ୍ତି ପୂଣ୍ଣ ଭାବେ ଦୁଇଦିନିଆ ଗଣଧାରଣା ଦେଇଛନ୍ତି । ୨୦୦୮ ମସିହା ଠାରୁ ପ୍ରତି ମାସର ଶେଷବାର ଶୁକ୍ରବାର ଓ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛନ୍ତି ।ଓକିଲ ମାନଙ୍କର ମୁଖ୍ୟ ୫ ଟି ଦାବି ୧.ଭଂଜନଗର କୁ ଘୁମୁସର ଜିଲ୍ଲା ଘୋଷଣା । ୨. ବ୍ରହ୍ମପୁର ଠାରେ ହାଇକୋର୍ଟ ର ସ୍ଥାୟୀ ବେଂଚ ପ୍ରତିଷ୍ଠା ୩. ବ୍ରହ୍ମପୁର ଠୁ ସମ୍ବଲପୁର ରେଳ ଲାଇନି ସଂଯୋଗୀକରଣ କରିବା। ୪. ଭଂଜନଗର ଏନ୍ ଏସି କୁ ପରୈପାଳିକା ମାନ୍ୟତା ଘୋଷଣା। ୫.ଭଂଜନଗର ଉପଖଣ୍ଡ କୁ ଜିଲ୍ଲା ମେଡିକାଲ ଦେବି ଦାବିରହିଛି। ଜାହା ଆମର ଅଧିକାର ଥାଇ ବି କାଯ୍ୟ କାରି ନକରିବା ଦୂଭାଗ୍ୟର କଥା। ଏଥିପାଇଁ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଆସିକା, ଭଂଜନଗର, ଛତ୍ରପୁର ଏନ୍ ଏସି କୁ ପୈରପାଳିକା ଘୋଷଣା ଆଦେଶ ପାଇଁ ମଧ୍ୟ କାଯ୍ୟ କାରି ହେଉ ନଥିବା ଦର୍ଶାଇ ଛନ୍ତି ଏବଂ ଭଂଜନଗର ଉପଖଣ୍ଡ ମେଡିକାଲ ବହୁଦିନ ରୁ ଉପଖଣ୍ଡ ମେଡିକାଲ ଦାଇତ୍ୟ ତୁଲାଉଛି ଏଥିରେ ନୟାଗଡ଼, କନ୍ଧମାଳ, ଗଜପତି ,ଗଂଜାମ ଜିଲ୍ଲା ର ରୋଗି ଏଠାରେ ଚିକିତ୍ସିତ ହେଉଥିବା ବେଳେ ଆବଶ୍ୟକିୟ ବହୁ ବିଭାଗୀୟ ଡକ୍ଟର, କମ୍ରଚାରି ଓ ଭିତ୍ତିଭୂମି ବିକାଶ ହେଇନପାରି ବାରୁ ବହୁ ରୋଗିଙ୍କୁ ବ୍ରହ୍ମପୁର ଜ୍ଞଳମଶ ସ୍ଥାନାନ୍ତର କରାଜାଏ ଜାହା ଲୋକଙ୍କୁ ନାପସନ୍ଦ କରିବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥାନ୍ତି। ଗୋଟିଏ ପଟେ ଉପଖଣ୍ଡ ଚିକିତ୍ସା ଳୟ ରେ ଆବଶ୍ୟକ ତା ପୁଣ୍ନ ନକରି ଜିଲ୍ଲା ରେ ଆସିକା ମେଡିକାଲ କୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବା ସଂଗତ୍ କରିବା ସହ ସରକାର ଙ୍କ ପାରିବା ପଣିଆ କୁ ପ୍ରଶ୍ନ ଉଙ୍କି ମାରୁଛି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ