ଏନଏସ୍‌ଏସ୍‌ର ସ୍ୱତନ୍ତ୍ର ଶୀତକାଳୀନ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଯୁକ୍ତ୨ ଜାତୀୟ ସେବା ଯୋଜନା(ଏନଏସଏସ)ର ଉଭୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ ହେଉଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଚାଇନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମନୋଜ କୁମାର ମହାନ୍ତି ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ସମାଜର ମଙ୍ଗଳରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଚୌଧୁରୀ ବିନେଶ ଦାସ ଓ ଅଧ୍ୟାପିକା ବିଜୟନୀ ପଢିଆରୀ ପ୍ରମୁଖ ଶିବିରରେ ଯୋଗ ଦେଇ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନୁ ସେବା ମନୋବୃତି ଆପଣାଇବାକୁ ମତବ୍ୟକ୍ତ କରିଥିଲେ । ଉକ୍ତ ଶିବିରରେ ଅଧ୍ୟାପକ ତୁଷାରକାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ୨ ଏନଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ