ଆନ୍ଧ୍ରକୁ ବିଦେଶୀ ମଦ ଚାଲାଣ ବେଳେ ୨ଗିରଫ
ପାରଳାଖେମୁଣ୍ଡି- (ତାରିଣୀ ପ୍ରସାଦ ପଣ୍ଡା) – ଆନ୍ଧ୍ରକୁ ବିଦେଶୀ ମଦ ଚୋରା ଚାଲାଣ ବେଲେ ୨ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ସହରର ଜଙ୍ଗମ ସାହି ନିକଟସ୍ଥ ରେଳବାଇ ଫାଟକ ନିକଟରେ ପି. ଭେଙ୍କଟରତ୍ମ (୪୩) ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକାଇ ତଦନ୍ତ କରିବାରେ ତାଙ୍କ ନିକଟରୁ ୩୦ଗୋଟି ବିଦେଶୀ ମଦ ବୋତଲ ଜବତ ହୋଇଥିଲା । ଏହି ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ୨୩୮/୧୯ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ପ୍ରଥମେ ଗିରଫ ଏବଂ ପରେ କୋର୍ଟ ଚାଲାଣ କରାଯାଇଥିଲା । ସେହିପରି ଅନ୍ୟଏକ ମାମଲାରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୁରୁଣାପାଟଣା ରୋଡ ଠାରେ ବି.ସୁନୀଲ(୩୬) ନାମକ ଜଣେ ବ୍ୟକ୍ତି ପୋଡୋଶୀ ଆନ୍ଧ୍ରକୁ ୩୫ଗୋଟି ବିଦେଶୀ ମଦ ବତୋଲ ଚାଲାଣ ବେଳେ ଜବତ ହୋଇଥିଲା । ଏ ନେଇ ପାରଳାଖେମୁଣ୍ଡି ଥାନାରେ ୨୩୯/୧୯ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ଜଣାଇଛନ୍ତି ।


