ଯୁବ ଆଡଭୋକେଟ୍ ଙ୍କ ବିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଖଞ୍ଜାସାହି ଛକ ଠାରେଥିବା ଦୁର୍ଗା ମଣ୍ଡପ ସମ୍ମୁଖରେ ଯୁବ ଆଡଭୋକେଟ୍ ପ୍ରଦୀପ କୁମାର ପାଢୀଙ୍କ ବିୟୋଗକୁ ନେଇ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସେ ଗତ ୨୬.୧୧.୨୦୧୯ତାରିଖରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟ ଠାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗର ଚତୁର୍ଥ ଦିନରେ ତାଙ୍କର ସ୍ମୃତି ଉଦ୍ଦ୍ୟେଶରେ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇ ସ୍ମୃତିଚାରଣ କରାଯିବାସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସେ ଜଣେ ଯୁବ ଆଡଭୋକେଟ୍ ଭାବେ ଅଞ୍ଚଳରେ ବେଶ ସୁପରିଚିତ ଥିଲେ । ଜଣେ ମିଷ୍ଠଭାଷୀ ଓ ପରୋଉପକାରୀ ତଥା ମେଳାପୀ ବ୍ୟକ୍ତିତ୍ୱ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ମଧ୍ୟ ହୋଇପାରିଥିଲେ । ଏହି ପ୍ରାର୍ଥନା ସଭାରେ ବହୁ ଅଞ୍ଚଳବାସୀ ଏବଂ ତାଙ୍କର ସାଙ୍ଗସାଥିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ