ସ୍ଵାଧୀନତା ସଂଗ୍ରାମୀ ମୋହନ ଦାଶ ଙ୍କ ଶ୍ରାଦ୍ଧ ବାର୍ଷିକୀ

ନିମାପଡ଼ା, (ସନ୍ତୋଷ ଦାଶ):ପୂର୍ବତନ ବିଧାୟକ ତଥା ସ୍ଵାଧିନତା ସଂଗ୍ରାମୀ ମୋହନ ଦାଶ ଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକୀ ନିମାପଡ଼ା ବ୍ଲକ ର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶ୍ରାଦ୍ଧ ବାର୍ଷିକୀ ସଭାରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ସି ପି ଆଇ ରାଜ୍ୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଏନ ଏ ସି ଅଧ୍ୟକ୍ଷା ସସ୍ମିତା ସାହୁ , ଜେ.ପି.ସାବୁତ ପ୍ରମୁଖ ଯୋଗ ଦେଇଥିଲେ ।ସଂଗ୍ରାମୀ ମୋହନ ଦାଶ ବିଧାୟକ ଥିବା ବେଳେ କୁଶଭଦ୍ରା ନଦୀ ଉପରେ ବ୍ରିଜ ନିର୍ମାଣ କରି ଅସ୍ତରଙ୍ଗ ଏବଂ କୋଣାର୍କକୁ ରାସ୍ତା ଖୋଲିଥିଲେ ।ସେ ଅସହଯୋଗ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ ରେ ଯୋଗଦାନ କରି ସ୍ଥାନୀୟ ଅଂଚଳର ସ୍ଵାଧୀନ ଚେତା ନେତା ଓ ଯୁବକ ମାନଙ୍କୁ ସ୍ଵାଧୀନତା ଆନ୍ଦୋଳନ ରେ ସାମିଲ କରାଇଥିବା ରୁ ବ୍ରିଟିଶ ସରକାର ଙ୍କ ପୋଲିସ ଦ୍ଵାରା ଗିରଫ ହୋଇ ବହୁବାର କାରାବରଣ କରିଥିଲେ । ଅତିଥି ମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ରତ୍ନାକର ଦାଶ ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ମୁକ୍ତିର ନବଦିଗନ୍ତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।ଏହି ଶ୍ରାଦ୍ଧ ସଭା ମୋହନଦାସ ସ୍ମୃତି ସଂସଦ ଏବଂ ସହିଦ ସ୍ମୃତି ସଂସଦ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏନ ଏ ସି ର ଉପନଗରପାଳ ସନ୍ତୋଷ କୁମାର ଦାଶ ଙ୍କ ପୌରହିତ୍ୟରେ ଏହି ସଭା ଆୟୋଜନ କରାଯାଇଥିଲା । ପୂର୍ବାହ୍ନ ରେ ଦୋଳବେଦୀ ଛକ ଠାରେ ଜାଗ୍ରତ ଯୁବଶକ୍ତି ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। କୃଷ୍ଣ ଚନ୍ଦ୍ର ରାଉତ, ସନାତନ ପାତ୍ର, ଦେବେନ୍ଦ୍ର ସାହୁ, ଦଣ୍ଡପାଣି ସାହୁ, ଆଦର୍ଶ ଦାଶ, ଆଶୁତୋଷ ଦାଶ, ସମୀର ରଞ୍ଜନ ରାଉତରାୟ, ନେତ୍ରାନନ୍ଦ ଭୋଇ ପ୍ରମୁଖ ବହୁ ବୁଦ୍ଧିଜୀବି ଓ ସି ପି ଆଇ କର୍ମୀ ସ୍ୱର୍ଗତ ମୋହନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସର ରେ ଯୁବ ପରିବେଶବିତ ରାହୁଲ ମହାରଣା ଙ୍କୁ ମୋହନ ଦାସ ସ୍ମୃତି ସମ୍ମାନ ରେ ସମ୍ମାନୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ