ରାସ୍ତା ଯନ୍ତ୍ରଣା ,ବାଧକ ସାଜିଛି ଭଙ୍ଗାପୋଲୋ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ନା ବାଜିଛି ଆଧୁନିକରଣର ଛିଟା ନା ଅଛି ପକ୍କା ରାସ୍ତା । ନିର୍ବାଚନ ସମୟରେ ବହୁ ପ୍ରତିଶୃତି ମିଳେ କିନ୍ତୁ ନିର୍ବାଚନ ସରିଗଲେ କେହିବି ଆଉ ଅବହେଳିତ ଗ୍ରାମମାନଙ୍କ କଥା ମନ ପକାନ୍ତି ନାହିଁ ଖାଲି ସେତିକିନୁହଁ ପ୍ରସାସନ କଳକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛିଫଳପ୍ରଦ ହୁଏ ନାହିଁ । ଏହିଭଳି ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମ ରହିଅଛି ସେଥିମଧ୍ୟରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ଦଡକଙ୍ଗିଆ ପଂଚାୟତର କଡଗାବାଲି ରୁ ଯିରେଶପଟ୍ଟାକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଦୀର୍ଘ ବର୍ଷଧରି ରାସ୍ତାର ଅବସ୍ଥା ସଙ୍ଗିନ ହୋଇପଡିରହିଛି । ଏହି ରାସ୍ତାରେ ଏକ ପୋଲ ତିଆରି ହୋଇଥିଲା କିନ୍ତୁ ପୋଲର ଉଭୟ ପାଶ୍ୱର୍ର ରାସ୍ତା ବର୍ଷା ହୋଇ ଧୋଇହୋଇଯାଇଛି । ଏହି ରାସ୍ତାରେ ଉକ୍ତ ପଂଚାୟତର କଡଗାବାଲି,ବେଗାରପଦର.କାସୁଲପାଙ୍ଗା,ମୁଣ୍ଡିବାଲିର ଓ ଯିରେଶପଟ୍ଟା ଗ୍ରାମ ରହିଅଛି ଏହି ଗ୍ରାମମାନଙ୍କରେ ପ୍ରାୟ ୮୦ରୁ ଉର୍ଦ୍ଦ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମ ମାନଙ୍କୁ ପକ୍କାରାସ୍ତାଟିଏ ନାହିଁ । ରାସ୍ତା କହିଲେ ମାଟିରାସ୍ତା ସହ ଢେପଖାଲ ଓ ଅଣଓସାରିଆ ସହ ମଝିରେମଝିରେ ପଥୁରିଆ ରାସ୍ତା ରହିଅଛି ।ଗଡିରେ ଏହି ରାସ୍ତରେ ଭାରି କଷ୍ଟକର ଯଦୀ ଜାଗ୍ରତରେ ଗାଡି ନଚଲାନ୍ତି ତେବେ ଦୁର୍ଘଟଣା ସୁନିଶ୍ଚିତ । ସୁଚନା ଯୋଗ୍ୟ ଯେ ଦଡକଙ୍ଗିଆ ପଡଂଚାୟତ ବାଲିଗୁଡା ବ୍ଲକ ଠାରୁ ୨୫ କିମିରୁଅଧିକ ରାସ୍ତା ।ଏହି ପଂଚାୟତର ଅଂଚଳବାସୀ ମାନେ ବାଲିଗୁଡା ଉପରେସଂପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି ସେମାନଙ୍କ ଦୈନଦିନ ସୌଦା ସହ ମେଡିକାଲ,ପାଠପଢା ସହ ବ୍ଲକ ଆଦି କାର୍ଯ୍ୟାଳୟକୁ ସବୁଦିନ ଯାତାୟତ କରିଥାନ୍ତି । ରାସ୍ତା ଅବସ୍ଥା ଶୋଚନିୟ ହୋଇଥିବା କାରଣରୁ ଏହି ଅଂଚଳବାସୀ ମାନେ ବହୁକଷ୍ଟ ସମ୍ମୁଖିନ କରନ୍ତି କିନ୍ତୁ ଖରା ଓ ଶୀତଦିନରେ ଯାତୟାତ କରନ୍ତି ବର୍ଷାଦିନ ହୋଇଗଲେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ ମାନେ । ସାମାନ୍ୟ ବର୍ଷା ହୋଇଗଲେ ରାସ୍ତାସାରା କାଦୁଅ ପଚପଚକୁ ଖାଲଢେପରେ ପାଣି ବର୍ଷା ଓ କାଦୁଅପାଣି ଜମିରହୁଛି । ଅପରପଟେ ପୋଲରାସ୍ତା ଧୋଇହେବା ଯୋଗୁଁ ପୋଲରୁ ବଡକଷ୍ଟରେ ତଳକୁ ଖସି ପୁଣି ମାଟିରାସ୍ତରେ ଯାଆନ୍ତି ।ମାଟିରାସ୍ତାବି ଖାଲଢେପରେ ପରିପୁର୍ଣ୍ଣ ହୋଇଥିବାରୁ ଏହି ଗ୍ରାମବାସୀ ମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି । ନିର୍ବାଚନ ସମୟରେ ନେତା ମାନେ ଯାଇ ଭୋଟଭିକ୍ଷା କରନ୍ତି ଓ ଜିତିଗଲେ ଏହିରାସ୍ତା ଓ ପୋଲ କାମ ପ୍ରଥମେ କରିବୁ ବୋଲି କହି ପ୍ରତିଶୃତି ଦିଅନ୍ତି କିନ୍ତୁ ଭୋଟ ସରିଗଲା ପରେ ଏହି ଗ୍ରାମକୁ ସମସ୍ତେ ଭୁଲିଯାଆନ୍ତି । ଏହି ଗ୍ରମାବାସି ମାନେ ବାରମ୍ବର ପଂଚାୟତ ତଥା ବ୍ଲକରେ ଯାଇ ରାସ୍ତା ଓ ପୋଲ ସମସ୍ୟା କଥା ଗୁହାରୀ କୁହନ୍ତି କିନ୍ତୁ ଏମାନଙ୍କ କଥା ଓ ଗୁହାରୀକୁ କେବି କର୍ଣ୍ଣପାତ କରୁନାହାନ୍ତି । ଏହି ଅଂଚଳବାସୀା ମାନଙ୍କ ତରଫରୁ ଦାବୀ ହେଉଛି ଯେ ତୁରନ୍ତ ଆମ ଗ୍ରାମର ରାସ୍ତା ନୁତନ ବାବରେ ତିଆରି କରିବା ସହ ପୋଲରାସ୍ତକୁ ନିର୍ମାଣ କରନ୍ତୁ ବୋଲି ।ଯଦୀ ଏହି ରାସ୍ତା ତି।।ରି ନକରନ୍ତି ତେବେ ଆଗାମି ଦିନରେ ଆମେ ବ୍ଲକୁ ଘେରାଉ କରିବୁ ବୋଲି ଅଂଚଳବାସୀ ମାନେ ଚେତାବନୀ ଦେଇଛନ୍ତି ।


