ଗୋପ ହାଇସ୍କୁଲ ୧୯୯୦ ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋପ ସରକାରୀ ସ୍ମାର୍ଟସ୍କୁଲ ର ୧୯୯୦ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାଳୟ କୁ ୧୯୪୪ ମସିହାରେ ପ୍ରତିଷ୍ଠା କରିଥିଲେ ସ୍ବର୍ଗତ ବନମାଳୀ ଦାଶ । ତାଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା l ତାଙ୍କର ପ୍ରଚେଷ୍ଟା ଫଳରେ ପୁରୀ ଜିଲ୍ଲା ଓ ଏହାର ଆଖପାଖ ଜିଲ୍ଲାରୁ ହଜାର ହଜାର ଛାତ୍ରୀ ଓ ଛାତ୍ରମାନେ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ର ରେ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି l ସୂଚନା ଥାଉ କି ଉକ୍ତ ବିଦ୍ୟାଳୟ ପୁରାତନ ଛାତ୍ରଥିଲେ ସ୍ବର୍ଗତ ରବି ରାୟ ଯିଏ କି ଓଡିଶା ର ପ୍ରଥମ ଓଡ଼ିଆ ଭାବେ ଲୋକସଭା ବାଚଷ୍ପତି ହୋଇଥିଲେ ।ଏହିପରି ଅନେକ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତର ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଛନ୍ତି l ପ୍ରତି ବର୍ଷପରି ଚଳିତ ବର୍ଷ ମଧ୍ୟ୍ୟ ୧୯୯୦ ମସିହା ବ୍ୟାଚର ୫୦ ରୁ ଉର୍ଦ୍ଧ ପୁରାତନ ଛାତ୍ରମାନେ ଏକାଠି ହୋଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ l ଗୋପ ନିକଟସ୍ଥ ଆଦର୍ଶ ଗୋକୁଳ ବନରେ ଏକାଠି ହୋଇ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ଵାରୋପ କରିଥିଲେ l ବିଦ୍ୟାଳୟ ପାଠ୍ୟକ୍ରମ ବ୍ୟତୀତ ସାମାଜିକ କାର୍ଯ୍ୟ, ବିଜ୍ଞାନ, କଳା, କ୍ରୀଡା, ପରିବେଶ, ସ୍ୱଛତା ଅଭିଯାନ ପାଇଁ ପରିବର୍ତ୍ତନ ଓ ଅନ୍ଵେଷଣ ପ୍ରଭୁତି ଅନ୍ୟାନ୍ୟ କାର୍ଯ୍ୟ ରେ ଛାତ୍ରୀ ଓ ଛାତ୍ରମାନଙ୍କୁ ଆସନ୍ତା ବର୍ଷଠାରୁ ପ୍ରୋତ୍ସାହନ ଦେବାପାଇଁ ଏକ ପାଣ୍ଟି ଗଠନ କରାଯାଇଥିଲା l ବିଦ୍ୟାଳୟ ଶିକ୍ଷାଧିକାରୀ ଯଦି ଆଗ୍ରହ ପ୍ରକାଶ କରନ୍ତି ତେବେ ବୌଦ୍ଧିକ ଶିକ୍ଷା ଓ ପ୍ରଯୁକ୍ତି କ୍ଷେତ୍ରରେ ଛାତ୍ରୀ ଓ ଛାତ୍ରମାନଙ୍କୁ ପରାମର୍ଶ ଓ ପ୍ରେରଣା ଯୋଗାଇଦେବା ପାଇଁ ଆଗେଇ ଆସିବାକୁ ଏହି ବ୍ୟାଚର ସମସ୍ତ ବନ୍ଧୁମାନେ ନିଜର ସହମତି ପ୍ରଦାନ କରିଥିଲେ l ୧୯୯୦ ମସିହା ବ୍ୟାଚ ର ପୁରାତନ ଛାତ୍ରମାନଙ୍କୁ ନେଇ ଏକ କମିଟି ମଧ୍ୟ୍ୟ ଗଠନ କରାଯାଇଥିଲା l ସର୍ବସମ୍ମତି କ୍ରମେ ସଭାପତି ଭାବେ ଡକ୍ଟର ଭବାନୀ ଶଙ୍କର ସାମନ୍ତରାୟ ,କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ୍ତ କୁମାର ସିଂହ , ସମ୍ପାଦକ ଭାବେ ବୈଲୋଚନ ସାହୁ ,କୋଷାଧ୍ୟକ୍ଷ ଭାବେ ସାମ୍ୱାଦିକ ମିଲନ କୁମାର ମହାନ୍ତି , ସହ ସମ୍ପାଦକ ଭାବେ ସଚ୍ଚିଦାନନ୍ଦ ଗୋଛାୟତ ଙ୍କୁ ଦାଇତ୍ୱ ଦିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବରିଷ୍ଟ ସମାଜସେବୀ ରତ୍ନାକର ସେଠୀ । ଉପଦେଷ୍ଟା ଭାବେ ପୂର୍ଣ୍ଣ ଚନ୍ଦ୍ର ବାରିକ ଆବାହକ ଭାବେ ଶେକ ରାହେମ ତୁଲ୍ଲା ଓ ଶିକ୍ଷାବିତ ଗୋପୀନାଥ ସାହୁ ଙ୍କୁ ଚୟନ କରାଯାଇଥିଲା।


