୨୧ତମ କ୍ରୀଡା ଉତ୍ସବ ଉଦ୍‌ଯାପିତ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ଚିକିଟି ପେଣ୍ଠ ପଦ୍ମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୨୧ ତମ କ୍ରୀଡା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିରୁପେ ଜୀବନ ବୀମାର ଶାଖା ପରିଚାଳକ ଏ. ଶ୍ରୀ ନିବାସ ରାଓ ,ଯୋଗ ଦେଇଥିବା ବେଳେ ସ୍କୁଲ ସଭାପତି କିଶୋର ଚନ୍ଦ୍ର ପାଢୀ ,ଯୁଗ୍ମ ସଂପାଦକ ରଂଜନ କୁମାର ବ୍ରହ୍ମା ,ଉପସଭାପତି ଦୂର୍ଗା ପ୍ରସାଦ , କୋଷାଧକ୍ଷ କୃର୍ଷ୍ଣଚନ୍ଦ୍ର ସାହୁ ,ଓ ସାମ୍ବାଦିକ ଇଶ୍ୱର ମହାରଣା , ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।ଉକ୍ତ ଉଦଯାପନି ଉତ୍ସବରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା ।ଶେଷରେ ଖେଳକୁଦର ଶିକ୍ଷକ ରବିନ୍ଦ୍ର ନାଥ ସାହୁ ଧନ୍ୟବାଦ ଦେବା ସହ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ