ଚାଇଁପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସଭାପତି ଅଜୟ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ବୀନିତାରାଣୀ କିସ୍କୁ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ କେଦାର ନାଥ ନାୟକ, ବିବିସିସି ବ୍ୟାଙ୍କ ବନ୍ତ ଶାଖା ପରିଚାଳକ କିଶୋର ରଞ୍ଜନ ପାଣିଗ୍ରାହୀ, ସମିତିର ଉପସଭାପତି କମଳା ନାୟକ ଉପସ୍ଥିତ ଥିଲେ । ଏଥିରେ ପରିଚାଳନା କମିଟିର ସଭ୍ୟ ସଞ୍ଜୟ କୁମାର ମଜୁମଦାର୍‌, ସମିତିର ଧାନକ୍ରୟ ଅଧିକାରୀ ଶୁଭେନ୍ଦୁ ପ୍ରଧାନ, ଇନ୍ଦ୍ରମଣି ସେଠୀ, ଗୌରାଙ୍ଗ ବେହେରା, ହିମାଂଶୁ ନାୟକ, ହୃଦାନନ୍ଦ ନାୟକ, ବାପି ନାୟକ, କୌଶିକ ଜେନାଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଓ ଅଗ୍ରଣୀ ଚାଷୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କର୍ମଚାରୀ ଅଶୋକ କୁମାର ସାହୁ, କାମିନୀକାନ୍ତ ପଣ୍ଡା, ଅଭୟ ପତି, ଡି.ଇ.ଓ ଚନ୍ଦନ କୁମାର ମହାନ୍ତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ