ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ, ୟୁନିକ କେନ୍ଦୁଝରକୁ ହରାଇ ବ୍ରହ୍ମପୁର ଇଲେଭେନ ଚମ୍ପିୟନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚରେ ୟୁନିକ କେନ୍ଦୁଝରକୁ ହରାଇ ବ୍ରହ୍ମପୁର ଇଲେଭେନ ଚମ୍ପିୟନ ହୋଇଛି । ଟସଜିତି ବ୍ରହ୍ମପୁର ଇଲେଭେନ ବ୍ୟଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୭ଉଇକେଟ ହରାଇ ୧୮୧ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଏମ.ଡି. ନାସିମ ସର୍ବାଧିକ ୫୧ଟି ବଲରେ ୭୫ରନ କରିଥିଲେ । ତାର ଜବାବରେ ୟୁନିକ କେନ୍ଦୁଝର ୧୮.୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୪୩ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଯଶୋବନ୍ତ ମାଝୀ ୪୭ରନ କରିଥିଲେ । ଶାନ୍ତନୁ କୁମାର ରାଉତ ଓ ବିଜୟ କୁମାର ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା, ପ୍ରୀୟବ୍ରତ ରାଉତ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଆଜାହରଉଦ୍ଦିନ ଓ ତପନ ମଜମୁଦାର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜମ୍ଭୀରା ସରପଞ୍ଚ ଘନଶ୍ୟାମ ମଲ୍ଲିକ, ସମାଜସେବୀ ବିଜୟ କୁମାର ରାଉତ, ସମାଜସେବୀ ଦେବବ୍ରତ ରାଉତ, ମନମୋହନ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ବ୍ରହ୍ମପୁରର ଏମ.ଡି ନାସିମଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାପତି ସୁଧାଶୁ ଭୂଷଣ ମଲ୍ଲିକ, ଉପସଭାପତି ପ୍ରଦ୍ୟୁମ୍ନ ରାଉତ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ସହ ସମ୍ପାଦକ ଧନଞ୍ଜୟ ପାତ୍ର, କୋଷାଧ୍ୟକ୍ଷ ଜନ୍ମେଜୟ ପାତ୍ର , ହେମନ୍ତ କୁମାର ସାମଲ, ଦେବବ୍ରତ ରାଉତ, ତରଣୀସେନ ମଲ୍ଲିକ,ଶୁକଦେବ ସାହୁ, ସନ୍ତୋଷ ଜେନା, ଖଗେଶ୍ୱର ମଲ୍ଲିକ, ସୁଶାନ୍ତ ଜେନା, ରତ୍ନାକର ସାହୁ, ବୈଲୋଚନ ପାତ୍ର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।


