ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ବକ୍ତୃତା-ଚିତ୍ରାଙ୍କନ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ସେନାପତିଙ୍କ ୧୮୧ତମ ଜୟନ୍ତୀ ଓ ବ୍ୟାସକବିନଗର ବିକାଶ ପରିଷଦର ୩୧ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ଦିବସବ୍ୟାପୀ ଆୟୋଜିତ ଏହି ପ୍ରତିଯୋଗିତାରେ ୩୭ଟି ବିଦ୍ୟାଳୟରୁ ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଡ. ଧୀରେନ୍ଦ୍ର କୁମାର ଜେନା, ଡ. ରତ୍ନାକର ସିଂହ ଓ ପ୍ରଭାତ କୁମାର ଜେନା ବକ୍ତୃତାରେ ଏବଂ କେଶୁ ଦାସ ଚିତ୍ରାଙ୍କନରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଡ. ଅରବିନ୍ଦ ବେଜ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ୭ଟି ଗ୍ରୁପ୍ରୁ ମନୋନୀତ ଶ୍ରେଷ୍ଠ୨୧ଜଣ କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୪ ତାରିଖ ପରିଷଦର ବାର୍ଷିକ ଉତ୍ସବ ଅବସରରେ ପୁରସ୍କୃତ କରାଯିବ । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସାଧାରଣ ସଂପାଦକ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ଇଂ. ଡମ୍ବରୁଧର ପ୍ରଧାନ, ଡକ୍ଟର ସୁବାସ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା, ରାଜକିଶୋର ରାଉତ, ମୁକୁନ୍ଦ ମୁରାରୀ ଦାସ, ସରସ୍ୱତୀ ପଣ୍ଡା, ସୁବ୍ରତ ଦାଶ, ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୁଖ ସହଯୋଗ କରିଥିଲେ ।


