ନିମ୍ନମାନର ଖାଦ୍ୟକୁ ନେଇ ଅଙ୍ଗନବାଡିରେ ତାଲା ପକାଇଲେ ଅଭିଭାବକ
ହାଟଡିହି, (ବିକାଶ ବିଶ୍ୱାଳ):ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଆଜି ଶିବନାରାୟଣପୁର ଅଙ୍ଗନବାଡି କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଭାବକ ମାନେ ତାଲାପକାଇ ଛୁଆଙ୍କୁ ଧରି ଅଙ୍ଗନବାଡି ସମ୍ମୁଖରେ ଧାରଣାରେ ବସିରହିଥିଲେ । ଅଭିଭାବକ ମାନଙ୍କ ଅଭିଯୋଗ ଅନୁଯାଇ ଏହି ଅଙ୍ଗନବାଡିରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କୁ ନିୟମିତ ନିମ୍ନମାନର ଖାଦ୍ୟ ଦିଆଯାଉଛି । ପୋକରା ଚାଉଳରେ ଭାତ ଦିଆଯାଉଥିବାବେଳେ ପଚା ପନିପରିବାକୁ ତରକାରୀ ଭାବେ ବ୍ୟବହାର କରାଯାଉଛି । ଘର ଭିତରେ ରୋଷେଇ ନକରି ବାହାରେ ଖୋଲା ଆକାଶ ତଳେ ରୋଷେଇ କରାଯାଉଛି । ଗତ ସୋମବାର ଦିନ ଛୁଆ ମାନଙ୍କୁ ଅଣ୍ଡା ଖାଇବାକୁ ଦିଆଯାଇ ନାହିଁ । ଏ ସମ୍ପର୍କରେ ଗତକାଲି କିଛି ମା ଆସି ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ ମା ମାନଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏହାକୁ କେନ୍ଦ୍ରକରି ଆଜି ସକାଳୁ କୌଶଲ୍ୟା ବେହେରା, କୁମୁଦୁନି ମହାନ୍ତି, ସେବତୀ ସେଠୀ, ମଞ୍ଜୁଲତା ସାହୁ, ଜୟନ୍ତୀରାଣୀ ସାହୁ, ପ୍ରତିମା ବେହେରା, ତପତୀ ବେହେରା, ବିଣାପାଣି ଜେନା, ମିନତୀ ପ୍ରଧାନ, ଶୁଭଶ୍ରୀ ଘଡେଇ, କୁନି ଘଡେଇ, ଜୟନ୍ତୀ ଖଣ୍ଡାଙ୍କ ସମେତ ୩୦ରୁ ଉର୍ଦ୍ଧ ମହିଳା ଅଙ୍ଗନବାଡି କେନ୍ଦ୍ରକୁ ଆସି ତାଲା ପକାଇବା ସହିତ ଅଙ୍ଗନବାଡି ସମ୍ମୁଖରେ ଧାରଣାରେ ବସିରହିଥିଲେ । ଅଙ୍ଗନବାଡି କର୍ମୀ ଜଣକ ଉପଯୁକ୍ତ ସମୟରେ ନଆସି ନିଜ ମନଇଛାରେ ଆସୁôତବା ନେଇ ଅଭିଯୋଗ କରିଥିଲେ । ଖବରପାଇ ସିଡିପିଓ ସରସ୍ୱତୀ ସେଠୀ, ସୁପରଭାଇଜର ନିରୁପମା ରାଉତ, ସରପଞ୍ଚ ପ୍ରଶାନ୍ତ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଭାବିକା ମାନେ ଅଙ୍ଗନବାଡି କର୍ମୀଙ୍କୁ ଏଠାରୁ ହଟାଇବା ଦବିରେ ଅଟଳ ରହିଛନ୍ତି । ଏ ସମ୍ପର୍କରେ ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରେ ସେ ଭଲ ଖାଦ୍ୟ ଦେଉଥିବାବେଳେ କଳା ପଡିଯାିଥିବା କିଛି କଦଳୀକୁ ନିଜେ ଖାଇବାକୁ ରଖିଥିଲେ ବୋଲି କହିଛନ୍ତି । ସେମାବାର ଅଣ୍ଡା ନଦେବା ଘଟଣାକୁ ସେ ସ୍ୱୀକାର କରିବା ସହିତ ଅନ୍ୟଦିନରେ ତାହାକୁ ଭରଣା କରିଦେବେ ବୋଲି କହିଛନ୍ତି । ଏ ସମ୍ପର୍କରେ ବ୍ଲକ ସିଡିପିଓ ସରସ୍ୱତୀ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ତଦନ୍ତ କରି ସମସ୍ତଙ୍କ ବୟାନକୁ ଳିପିବଦ୍ଦ କରିଛୁ, ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଛନ୍ତି ।


