ଦୁଇ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଝଗଡାକୁ ନେଇ ତାତିଲେ ଅଭିଭାବକ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଘୋଷରାପଦା ସ୍କୁଲରେ ଗତ କିଛିଦିନ ହେଲା ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ବିବାଦ ସୃଷ୍ଟିହୋଇ ନିୟମିତ ଝଗଡା ଲାଗିବାଦ୍ୱାରା ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଆଜି ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦୁଇ ଶିକ୍ଷୟତ୍ରୀଙ୍କ ବଦଳି ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ପିଲାମାନେ ପଢ଼ୁଥିବାବେଳେ ଦୁଇଜଣ ଶିକ୍ଷୟତ୍ରୀ ଅଛନ୍ତି । କିନ୍ତୁ ଗତ କିଛିଦିନ ହେଲା ଦୁଇ ଶିକ୍ଷୟତ୍ରୀଙ୍କ ଭିତରେ ବିବାଦ ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ଠିଭାବେ ହୋଇପାରୁ ନାହିଁ । ଏପରିକି ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଦୁଇଶିକ୍ଷୟତ୍ରୀ ଝଗଡା ଲାଗୁଥିବାରୁ ଏହାର କୁପ୍ରଭାବ ପିଲାମାନଙ୍କ ଉପରେ ପଡୁଛି । ଏନେଇ ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବୈଠକ କରି ସମାଧାନ କରାଯାଇଥିଲେବି କିଛି ଫଳପ୍ରଦ ହୋଇ ପାରିନି । ଯାହାକୁ ନେଇ ଆଜି ଅଭିଭାବକ ମାନେ ଉତ୍ତ୍ୟେକ୍ତ ହୋଇ ବିଦ୍ୟାଳୟ ଫାଠକରେ ତାଲା ପକାଇ ଦେଇଥିଲେ । ତୁରନ୍ତ ଏହି ଦୁଇ ଶିକ୍ଷୟତ୍ରୀଙ୍କୁ ଏଠାରୁ ବଦଳି କରାଯାଇ ନୁତନ ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି


