ଫେବୃୟାରୀ ୧୦, ୧୧ ଓ ୧୨ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ପଞ୍ଚାୟତରେ ପ୍ରତିଷ୍ଠିତ ଐତିହାସିକ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ସଂସ୍କୃତିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଆୟୋଜିତ ହେବାକୁ ସ୍ଥିରହୋଇଛି। ପ୍ରକାଶ ଥାଉକି କଳାପାହାଡର ଶ୍ରୀମନ୍ଦିର ଆକ୍ରମଣ ସମୟରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ମା’ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ମାରଦା ମନ୍ଦିରରେ ଗୋପନରେ ରହି ୨୯ ମାସ ପର୍ଯ୍ୟନ୍ତ ପୂଜାପାଉଥିଲେ। ମାରଦା ମହୋତ୍ସବ ପାଇଁ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଜାନୁଆରୀ ୨୦ ତାରିଖ ଦିନ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ନିର୍ବାଚିତ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୋଲସରା ବିଧାୟକ ତଥା ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଆବାହକତ୍ବରେ ଆୟୋଜିତ ବୈଠକରେ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ବିଡିଓ ଧର୍ମରାଜ୍ ପରିଡ଼ା, ତହସିଲଦାର ଭାସ୍କର କୁମାର ସାହୁ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଏନ୍.ଏ.ସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଳ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ବିକ୍ରମ କୁମାର ନାୟକ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, କଲେଜ ଅଧ୍ୟକ୍ଷ ଦିବାକର ମିଶ୍ର, ଶିକ୍ଷାବିତ୍ ଭବାନୀ ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ମାରଦା ମହୋତ୍ସବ ପାଇଁ ୫୭ ଜଣ ସଦସ୍ୟଙ୍କୁ ନେଇ ସ୍ଥାୟୀ କମିଟି ଗଠିତ ହୋଇଥିଲା। ମାରଦା ମହୋତ୍ସବ କମିଟିର କର୍ମକର୍ତ୍ତା ଭାବେ ବିଧାୟକ ଶ୍ରୀକାନ୍ତ ସାହୁ (ସଭାପତି), ପ୍ରଫୁଲ୍ଲ କୁମାର ପ୍ରଧାନ (କାର୍ଯ୍ୟକାରୀ ସଭାପତି), ଲଳିତ ମୋହନ ରଥ (ଉପସଭାପତି), ଶରତ ଚନ୍ଦ୍ର ପଟ୍ଟନାୟକ (ସମ୍ପାଦକ), ସନ୍ତୋଷ କୁମାର ବେହେରା (ସହସମ୍ପାଦକ), ପ୍ରଦୀପ କୁମାର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ