ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଏକ ବୃତ୍ତ ଚିତ୍ର (ଫିଲ୍ମ) ଉନ୍ମୋଚିତ ଓ ଜାତି ଗଠନରେ ଯୁବଶକ୍ତି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ଓ ଇନ୍‌ଷ୍ଟିଚ୍ୟୁଟ ଅଫ ଡିଜିଟାଲ ମିଡ଼ିଆ ଟେକ୍ନୋଲୋଜି ଅନୁଷ୍ଠାନର ମିଳିତ ସହଯୋଗରେ ‘ସୁଭାଷ, ଦ ରିୟଲ ହିରୋ’ ନାମକ ଏକ ବୃତ୍ତଚିତ୍ର (ଫିଲ୍ମ) ଭୁବନେଶ୍ୱର ସହିଦ ନଗରସସ୍ଥିତ ସବୁଜ ପତ୍ର ପ୍ରେକ୍ଷାଳୟରେ ଉନ୍ମୋଚିତ ହେବା ସହ ‘ଦେଶ ଗଠନରେ ଯୁବଶକ୍ତି’ ନାମକ ଏକ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡଃ ସୁରେନ୍ଦ୍ରନାଥ ପଶୁପାଳକ, ଓଡ଼ିଶା ଯୁବ ରେଡ଼କ୍ରସର ପୂର୍ବତନ ସମ୍ପାଦକ ପ୍ରଫେସର ମେଜର କଳ୍ପନା ଦାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଏହି ବୃତ୍ତଚିତ୍ରକୁ ଉନ୍ମୋଚନ କରିବା ସହିତ ଦେଶ ଓ ଜାତି ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ତ୍ୟାଗମୟ ଜୀବନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ୱ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ ଅଫ ଡିଜିଟାଲ ମିଡ଼ିଆ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ