ଦେଉଳଖଣିରୁ କୁଟୁରା ଛୁଆ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖଣି ପଞ୍ଚାୟତ ଅଧୀନ ଦେଉଳଖଣି ଗ୍ରାମବାସୀଙ୍କ ଦ୍ୱାରା ଏକ ସଦ୍ୟଜାତ କୁଟୁରା ଛୁଆକୁ ଉଦ୍ଧାର କରାଯାଇଛି. ସୂଚନାଯୋଗ୍ୟ, ନିକଟସ୍ଥ ଜଙ୍ଗଲରୁ ଏକ କୁଟୁରା ଛୁଆ ଗ୍ରାମ ନିକଟ ରାସ୍ତା କଡ଼ରୁ ଚାଲି ଆସିଥିଲା. ଗ୍ରାମବାସୀ ଏହା ଦେଖି କୁଟୁରା ଛୁଆଟିକୁ ଉଦ୍ଧାର କରି ମୋହନା ବନାଞ୍ଚଳ କର୍ମଚାରୀକୁ ଖବର ଦେଇଥିଲେ. ଘଟଣା ସ୍ଥଳରେ କର୍ମଚାରୀ ପହଞ୍ଚି ଆହତ କୁଟୁରା ଛୁଆଟିକୁ ଉଦ୍ଧାର କରିଥିଲେ. ମୋହନା ପ୍ରାଣୀ ସମ୍ପଦ ବିଭାଗରେ କୁଟୁରା ଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ମୋହନା ବନ ବିଭାଗ ନିରୀକ୍ଷଣରେ ଛୁଆଟିକୁ ୪ ଦିନ ରଖାଯିବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରାଯାଇ ତାକୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ଥାନୀୟ ବନାଅଞ୍ଚଳ ଅଧୁକାରିଣୀ କଳ୍ପନା ନାୟକ କହିଛନ୍ତି