ମହାନାଦପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଧ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜସ୍ୱ ଅନୁଦାନରେ ନୃସିଂହନାଥ ଡିଗ୍ରୀ କଲେଜର ୧୦ ଲକ୍ଷ ଅନୁଦାନରେ ନିର୍ମିତ ନୂତନ କୋଠା ଗୃହକୁ ଉଦ୍ଘାଟନ କରିବା ସହ ୧୦ ଲକ୍ଷ ଟଙ୍କା ଅନୁଦାନରେ ଆଉ ଏକ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶଭୁ ପ୍ରଦାନ କରିଥିଲେ । ସେହିପରି ପଞ୍ଚାୟତ ମିସନ୍ ଶକ୍ତି ଗୃହକୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୧ ନଂ ଜିଲ୍ଲା ପରିଷଦ ସଭ୍ୟ ଛବିତା ବେହେରା, ସରପଞ୍ଚ ରବୀନ୍ଦ୍ର ନାଥ ରାଉଳ, ନୃସିଂହନାଥ ଡିଗ୍ରୀ କଲେଜର ସଭାପତି ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ପ୍ରିନ୍ସପାଲ୍ ଦୁର୍ଗାପ୍ରସାଦ ସାହୁ, ଅଧ୍ୟାପକ ଶରତ ଚନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


