ନାକୁଡା ନିକଟରେ ମର୍ମତୁତ୍ତ ସଡ଼କ ଦୁର୍ଘଟଣା, ୩ ଟି ବାଇକ କୁ ଧକ୍କା ଦେଲା ସ୍କର୍ପିଓ , ଜଣେ ମୃତ ୩ ଆହତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ପ୍ରାୟ ସନ୍ଧ୍ୟା ୭ ଘଟିକା ସମୟରେ କରଞ୍ଜିଆ ଥାନା ନାକୁଡା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି ତାଟୋ ପଟୁ ଯାଉଥିବା ଏକ ସ୍କର୍ପିଓ ନଂ od 35c 9846 ବିପରୀତ ଦିଗରୁ ଆସୁଥିବା ୩ ଟି ବାଇକ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳ ରେ ଏଲିଫ୍ୟାଣ୍ଟ ସ୍କ୍ୱାଡ଼ ର କର୍ମଚାରୀ ବିଶ୍ୱଜିତ ମହାନ୍ତ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିବା ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ମିଳିଛି ଆହତ ଯୁବତୀ ଙ୍କ ମଧ୍ୟରେ ଶୁକୃଳି ବ୍ଲକ ହଳଦିଆ ଗ୍ରାମର ସୁଲେଖା ନାଏକ, , କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଜାମଦା ମଙ୍ଗୁଳି ନାଏକ ହୋଇଥିବା ବେଳେ ଅନ୍ୟ ଆହତ ଯୁବକ ଙ୍କ ପରିଚୟ ମିଳିପାରିନାହିଁ ଆହତ ଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ଜାରି ରହିଛି ଅନ୍ୟ ଆହତ ଯୁବକ ଙ୍କୁ ତାଟୋ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଜାରିରହିଛି