ଛତ୍ରପୁର ଠାରେ କୃଷି ମନ୍ତ୍ରୀଙ୍କୁ ବିଭିନ୍ନ କୃଷକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଗଞ୍ଜାମ ଓ ଛତ୍ରପୁର ବ୍ଲକର ବିଭିନ୍ନ ଚାଷୀ ନେତା, ଋଷିକୂଲ୍ୟା ରୟତ ମହାସଭା ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏନେଇ ଗୁରୁବାର ସ୍ଥାନୀୟ ଲକ୍ଷ୍ମଣ ଭଵନ ପରିସରରେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ ଙ୍କ ପୌରହିତରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗଞ୍ଜାମ ଓ ଛତ୍ରପୁର ବ୍ଲକର କୃଷକ ନେତା ମାନଙ୍କ ସହ ଆଲୋଚନା କରିଥିଲେ l ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,କେ. ଚନ୍ଦ୍ର ଶେଖର ରେଡ୍ଡୀ,ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଅଖିଳ ଭାରତ କୃଷକ ସଭାର ଡ଼ି. ଆଦି ନାରାୟଣ ରେଡ୍ଡୀ, ଏସ. କ୍ରିଷ୍ଣା ରେଡ୍ଡୀ, ନୀଳକଣ୍ଠ ଦାସ, ଏନ. ଭାନୁମତି ରେଡ଼ି, ସି. ଏଚ. ଜନାର୍ଦ୍ଦନ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ,କୈଳାଶ ପଲାଇ,ଚାଷୀ ନେତା ବାନାମ୍ବର ପଲାଇ, ବିଜୟ ବିଶ୍ୱାଳଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ l


