ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ୧୯ ଜଣ ଅଭିଭାବକ ଅଂଶଗ୍ରହଣ କରି ଅନୁଷ୍ଠାନର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଏବଂ ଶୈକ୍ଷିକ ବାତାବରଣକୁ ପ୍ରଶଂସା କରିବା ସହିତ ଯୁକ୍ତ ତିନି ପାଠ୍ୟକ୍ରମ ଖୋଲିବା ପାଇଁ ମତ ପ୍ରଦାନ କରିଥିଲେ I ସେହିପରି ଯୁକ୍ତ ଦୁଇ ଛାତ୍ରୀ ମାନଙ୍କ ପାଇଁ କିଛି ନୂତନ ବିଷୟରେ ଶିକ୍ଷା ଦାନର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଶିକ୍ଷା ଏବଂ ଶିକ୍ଷା ଆୟତନ ସମ୍ପର୍କରେ ନିଜର ମତାମତ ରଖିବା ସହିତ ରାଗିଙ୍ଗ୍ ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରିଥିଲେ I ଅଧ୍ୟାପକ ରାଜେଶ୍ ନାରାୟଣ ଆୟାଙ୍ଗାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ